ହାଇଦରାବାଦ : କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ। କାଶ୍ମୀରର ପ୍ରତି ଜନତା ଭାରତର ନାଗରିକ। ପାକିସ୍ତାନ ଆଦୌ କାଶ୍ମୀର ମାମଲାରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ। ପାକିସ୍ତାନ ଏଭଳି କାର୍ଯ୍ୟରୁ ତୁନ୍ତ ଖ୍ୟାନ୍ତ ରହୁ ବୋଲି ଚେତାବନୀ ଶୁଣାଇଛନ୍ତି ଏଆଇଏମ୍ଆଇଏମ୍ ନେତା ତଥା ହାଇଦରାବାଦ ସାଂସଦ ଓସାସୁଦ୍ଦିନ ଓୱାସି। ଏଠାରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ କେନ୍ଦ୍ରରେ କଂଗ୍ରେସ କିମ୍ବା ବିଜେପି; ଯେଉଁ ଦଳ ବି ଶାସନ କରୁ, କାହାରି କାଶ୍ମୀର ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ନୀତି ନାହିଁ। ଦୂରଦୃଷ୍ଟି ଅଭାବରୁ କାଶ୍ମୀର ସମସ୍ୟାର ସମାଧାନ ହୋଇପାରୁ ନାହିଁ। ପାକିସ୍ତାନ ପକ୍ଷରୁ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନର ଦିନକ ପରେ ଓୱାସିଙ୍କ ଏହି ମନ୍ତବ୍ୟ ବେଶ୍ ଗୁରୁତ୍ବ ବହନ କରୁଛି।
Popular Categories



