ଖୁବ ଶୀଘ୍ର ସେନାରେ ସାମିଲ ହେବ ଅଗ୍ନି-୫ କ୍ଷେପଣାସ୍ତ୍ର

0

ନୂଆଦିଲ୍ଲୀ : ଖୁବଶୀଘ୍ର ପରମାଣୁ କ୍ଷମତାଧାରୀ ଅଗ୍ନି-୫ ଆନ୍ତ ମହାଦେଶୀୟ କ୍ଷେପଣାସ୍ତ୍ର ଭାରତୀୟ ସେନାରେ ସାମିଲ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗ୍ନି-୫ କ୍ଷେପଣାସ୍ତ୍ର ପରିସର ମଧ୍ୟରେ ସମ୍ପୂର୍ଣ୍ଣ ଚୀନ ଏବଂ ପାକିସ୍ତାନ ଆସୁଥିବାରୁ ଏହା ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି। ଅଗ୍ନି-୫ କ୍ଷେପଣାସ୍ତ୍ର ୫,୦୦୦ରୁ ୮,୦୦୦ କିଲୋମିଟର ଦୂର ଲକ୍ଷ୍ୟକୁ ଭେଦ କରିପାରିବ ଓ ଏହା ପରମାଣୁ ଅସ୍ତ୍ର ବହନ କରିପାରିବ। ଭାରତୀୟ ସେନାର ଷ୍ଟାଟର୍ଜିକ ଫୋର୍ସ କମାଣ୍ଡ (ଏସ୍‍ଏଫସି)କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯିବ। ଏଥିପାଇଁ କେତେଥର ପରୀକ୍ଷଣ କରାଯାଇଛି ବୋଲି ସୂଚନା ଦିଆଯାଇଛି। ପ୍ରତିରକ୍ଷା ଏବଂ ଗବେଷଣା ବିକାଶ ସଂସ୍ଥା (ଡିଆରଡିଓ) ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ନିକଟରେ ଚାନ୍ଦିପୁରସ୍ଥିତ ଅବଦୁଲ କଲାମ ଦ୍ୱୀପରେ ସଫଳ ପରୀକ୍ଷଣ କରାଯାଇଛି। ଅଗ୍ନି-୫ର ପ୍ରଥମ ପରୀକ୍ଷଣ ୨୦୧୨ ଅପ୍ରେଲ ୧୯ରେ ହୋଇଥିଲା ଏହାପରେ ୨୦୧୩ ସେପ୍ଟେମ୍ବର ୧୫ରେ ଦ୍ୱିତୀୟ, ୨୦୧୫ ଜାନୁଆରୀ ୩୧ରେ ତୃତୀୟ, ୨୦୧୬ ସେପ୍ଟେମ୍ବର ୨୬ରେ ଚତୁର୍ଥ ଏବଂ ୨୦୧୮ ଜାନୁଆରୀ ୧୮ରେ ପଞ୍ଚମ ପରୀକ୍ଷଣ କରାଯାଇଥିଲା। ସମସ୍ତ ପରୀକ୍ଷଣ ସଫଳ ରହିଥିଲା। ଭାରତ ବ୍ୟତୀତ ଆମେରିକା, ଚୀନ, ରୁଷ, ଫ୍ରାନ୍ସ ଏବଂ ଉତ୍ତର କୋରିଆ ନିକଟରେ ଆନ୍ତ ମହାଦେଶୀୟ କ୍ଷେପଣାସ୍ତ୍ର ରହିଛି।
ଉଲ୍ଲେଖଯୋଗ୍ୟ ଯେ ଭାରତ ନିକଟରେ ଅଗ୍ନି-୧, ଅଗ୍ନି-୨, ଅଗ୍ନି-୩ କ୍ଷେପଣାସ୍ତ୍ର ରହିଛି। ଏ କ୍ଷେପଣାସ୍ତ୍ର ଗୁଡ଼ିକୁ ପାକିସ୍ତାନର ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଥିଲା। ଅଗ୍ନି-୪ ଏବଂ ଅଗ୍ନି-୫ ଚୀନକୁ ଧ୍ୟାନରେ ରତ୍କ ପ୍ରସ୍ତୁତ କରାଯାଇଛି। ୫୦ ଟନ ଓଜନ ବିଶିଷ୍ଟ ଅଗ୍ନି-୫ କ୍ଷେପଣାସ୍ତ୍ରର ଲମ୍ବ ୧୭ ମିଟର ଏବଂ ଚଉଡ଼ା ୨ ମିଟର। ଏହା ଏକ ଟନରୁ ଅଧିକ ପରମାଣୁ ଅସ୍ତ ବହନ କରିପାରିବ।

kalyan agarbati
Leave A Reply