www.samajalive.in
Sunday, December 7, 2025
23.1 C
Bhubaneswar

ଯୁଦ୍ଧବିରତି ପ୍ରସ୍ତାବ ଦେଲା ହମାସ, ଗାଜାରେ ଆକାଶମାର୍ଗରୁ ପଡ଼ିଲା ଖାଦ୍ୟ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ସ୍ଵାକ୍ଷରିତ ହେବାର ଦିନକ ପରେ ହମାସ ଆତଙ୍କବାଦୀ ସଂଗଠନ ଏ ଦିଗରେ ଆଗ୍ରହ ପ୍ରକାଶ କରିଛି। ଗାଜା ପଟିରେ ଯୁଦ୍ଧବିରତି ଲାଗି ଇସ୍ରାଏଲ ସହିତ ଚୁକ୍ତି କରିବାକୁ ହମାସ ପ୍ରସ୍ତୁତ ଥିବା କହିଛି। ଅନ୍ତର୍ଜାତୀୟ ସ୍ତରର ଖବର ସରବରାହ ସଂସ୍ଥା ଏଏଫପିକୁ ହମାସର ଜଣେ ଅଧିକାରୀ କହିଛନ୍ତି, ଇଜିପ୍ଟ,, କାତାର ଏବଂ ତୁର୍କୀରେ ଥିବା ମଧ୍ୟସ୍ଥମାନଙ୍କୁ ଆମ ପକ୍ଷରୁ ସୂଚନା ଦିଆଯାଇ ହମାସ ଯୁଦ୍ଧବିରତି ଚୁକ୍ତି ପାଇଁ ପ୍ରସ୍ତୁତ ଥିବା କୁହାଯାଇଛି। ବନ୍ଦୀମାନଙ୍କୁ ମଧ୍ୟ ମୁକ୍ତ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଇସ୍ରାଏଲ ଏହି ଚୁକ୍ତିପାଇଁ ବିଳମ୍ବ କରୁଥିବା ଅଧିକାରୀ ଜଣକ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ହେଜବୋଲ୍ଲାକୁ ଦୁର୍ବଳ କରିବ। ଫଳରେ ଲେବାନନରେ ଆଡ୍ଡା ଜମାଇଥିବା ଏହି ଆତଙ୍କୀ ସଂଗଠନ ଭବିଷ୍ୟତରେ ହମାସକୁ ସମର୍ଥନ କରିବ ନାହିଁ ବୋଲି ଆମେରିକା ଏବଂ ଇସ୍ରାଏଲ ଆଶାପୋଷଣ କରିଛନ୍ତି। ଏହି ଚୁକ୍ତି ପରେ ପାଲେଷ୍ଟାଇନରେ ଥିବା ହମାସ ସଂଗଠନ ମଧ୍ୟ ଯୁଦ୍ଧବିରତି ପାଇଁ ଆଗକୁ ଆସିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା।

- Advertisement -

ଅନ୍ୟପଟେ ଦୀର୍ଘଦିନର ଯୁଦ୍ଧ ଯୋଗୁ ଗାଜାପଟି​‌ରେ ଖାଦ୍ୟ ସଙ୍କଟ​‌ ଦେଖିବାକୁ ମିଳିଛି। ବହୁ ଲୋକ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ଜୋର୍ଡାନ ପକ୍ଷରୁ ଗାଜାପଟିରେ ଖାଦ୍ୟ ଯୋଗାଣ କରାଯାଇଛି। ଜୋର୍ଡାନ ସରକାର ବାୟୁସେନା ବିମାନ ଜରିଆରେ ଆକାଶମାର୍ଗରୁ ଖାଦ୍ୟ ପକାଇଛନ୍ତି। ୨ଟି ବିମାନ ଜରିଆରେ ୭ ଟନ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରାଯାଇଛି। ଜାତିସଂଘ ଚିହ୍ନଟ କରିଥିବା ଅଞ୍ଚଳଗୁଡ଼ିକରେ ଏହି ଖାଦ୍ୟ ସାମଗ୍ରୀ ପକାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories