www.samajalive.in
Monday, December 15, 2025
26.1 C
Bhubaneswar

୧ ଲକ୍ଷ ୭୭ ହଜାର ୬୮ ଭୂତ ଖାଉଥିଲେ ରାସନ ଚାଉଳ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଭୂତ ରାସନ ଚାଉଳ ଖାଉଥିଲେ। ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ ଚାଲୁ ରହିଥିବା ଇ-କେୱାଇସି ପ୍ରକ୍ରିୟାରୁ ଏହି ମୃତ ହିତାଧିକାରୀଙ୍କ ବିଷୟରେ ଜଣାପଡିଛି। ସେମାନଙ୍କୁ ବାଦ୍‌ ଦିଆଯାଇଛି ବୋଲି ବୁଧବାର ବିଧାନସଭାରେ ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଏହାସହ ମନ୍ତ୍ରୀ କହିଛନ୍ତି, ୨୦୨୪-୨୫ ମସିହାରେ ରାସନ କାର୍ଡ ତଥ୍ୟକୁ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଚାଲୁ ରହିଥିବା ଆଧାର ଇ-କେୱାଇସି ଯାଞ୍ଚ ପ୍ରକ୍ରିୟାରେ ରାଜ୍ୟରେ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ଜଣଙ୍କ ମଧ୍ୟରୁ ଏଯାଏଁ ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ଶେଷ ହୋଇଛି। ଆହୁରି ୬ ଲକ୍ଷ ୧୯ ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ରହିଛନ୍ତି। ନୂଆ ତାଲିକାରେ ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ ହେବେ। ଏମାନଙ୍କୁ ଶୀଘ୍ର ରାସନ ଜିନିଷ ଯୋଗାଇ ଦିଆଯିବ। ନୂଆବର୍ଷରେ ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କିଛି ଦିନ ପୂର୍ବରୁ ସୂଚନା ଦେଇଥିଲେ।

ବୃହସ୍ପତି ଚଳନ: ୧୨ ବର୍ଷ ପରେ ଶୁଭ ଯୋଗ, ୨୦୨୫ରେ ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..

କେବଳ ଏହି ଟ୍ରେନ୍‌ରେ ଯାତ୍ରା କରିବା ସମ୍ପୂର୍ଣ୍ଣ ମାଗଣା; ୭୫ ବର୍ଷ ଧରି ଯୋଗାଉଛି ସେବା..

- Advertisement -

ଆଜି ବାତ୍ୟାରେ ପରିଣତ ହେବ ‘ଫେଙ୍ଗାଲ’ ; ଜାଣନ୍ତୁ କେଉଁଠି ରଚିବ ତାଣ୍ଡବ, ଓଡିଶାରେ କ’ଣ ରହିବ ପ୍ରଭାବ..

ଜାଣନ୍ତୁ କେତେ ରହିଛି ସୁନା ଦାମ୍‌; ରାଜଧାନୀରେ ଶସ୍ତା ହେଲା ସୁନା!

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories