www.samajalive.in
Friday, December 5, 2025
20.1 C
Bhubaneswar

ସ୍ଵାମୀକୁ ହତ୍ୟା ପାଇଁ ୮ ଲକ୍ଷର ଅଳଙ୍କାର ବିକି ସୁପାରି ଦେଇଥିଲା ସ୍ତ୍ରୀ, ପ୍ରେମିକ ସମେତ ୪ ଗିରଫ

ସମାଜ ଡିଜିଟାଲ ଡେସ୍କ: ନିଜ ସ୍ଵାମୀକୁ ହତ୍ୟା କରିବା ଲାଗି ୮ ଲକ୍ଷ ଟଙ୍କାର ଅଳଙ୍କାର ବିକ୍ରି କରି ପ୍ରେମିକକୁ ସୁପାରି ଦେଇଥିଲା ସ୍ତ୍ରୀ। ଏଭଳି ଏକ ଘଟଣାର ପର୍ଦ୍ଦାଫାଶ କରିଛି ଉତ୍ତରପ୍ରଦେଶ ପୁଲିସ। ସ୍ଵାମୀକୁ ହତ୍ୟା କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ସ୍ତ୍ରୀ, ତା’ର ପ୍ରେମିକ ସମେତ ୪ ଜଣଙ୍କୁ ଗିରଫ କରିଛି।

ମଥୁରା ଏସପି ଶୈଲେଶ କୁମାର ପାଣ୍ଡେଙ୍କ ସୂଚନା ଅନୁସାରେ, ମଥୁରାର ଉମେଶ କୁମାର(୨୮) ନାମକ ବ୍ୟକ୍ତି ୨ ବର୍ଷ ତଳେ ନେହା(୨୩) ନାମ୍ନୀ ମହିଳାଙ୍କୁ ବିବାହ କରିଥିଲେ। ହେଲେ ବିବାହ ପରଠାରୁ ଉଭୟଙ୍କ ସମ୍ପର୍କ ଖରାପ ହୋଇଥିଲା। ଅନେକ ସମୟରେ ଉଭୟଙ୍କ ମଧ୍ୟରେ ମାରପିଟ ହେଉଥିଲା। ପରବର୍ତ୍ତୀ ସମୟରେ ନେହା ଅନ୍ୟ ଜଣେ ଯୁବକ ପଓ୍ବନ(୨୫)ଙ୍କର ନିକଟତର ହୋଇଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହା ପରେ ନେହା ପଓ୍ବନଙ୍କ ସହାୟତାରେ ନିଜ ସ୍ଵାମୀଙ୍କୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ। ନିଜର ସମସ୍ତ ଗହଣା ବିକ୍ରି କରି ସେ ପଓ୍ବନଙ୍କୁ ୮ ଲକ୍ଷ ଟଙ୍କା ଦେଇଥିଲେ। ଉଭୟେ ଅଜୟ ସିଂହ ଏବଂ କୁନାଲ ସିଂହ ନାମକ ୨ ଯୁବକଙ୍କୁ ଉମେଶଙ୍କୁ ହତ୍ୟା କରିବା ଲାଗି ସୁପାରି ଦେଇଥିଲେ। ସେଥିଲାଗି ୧୭ ହଜାର ଟଙ୍କା ଅଗ୍ରିମ ଦେଇଥିଲେ। ଗତ ୨୨ ତାରିଖ ରାତି ପ୍ରାୟ ୧୧ଟାରେ ଅଜୟ ଏବଂ କୁନାଲ ଉମେଶଙ୍କ ଘର କବାଟ ବାଡ଼େଇଥିଲେ। ଉମେଶ କବାଟ ଖୋଲିବା ପରେ ତାଙ୍କୁ ଦୋକାନରୁ ପାନ ଦେବାକୁ କହିଥିଲେ। ଉମେଶଙ୍କ ପାନ ଦୋକାନ ତାଙ୍କ ଘରକୁ ଲାଗି ରହିଥିଲା। ତେଣୁ ଉମେଶ ଘରୁ ବାହାରି ଦୋକାନକୁ ଯିବା ସମୟରେ ଅଜୟ ତାଙ୍କୁ ଗୁଳି କରି ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ।

- Advertisement -

ଏହା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବାକୁ ଏକାଧିକ ଥର ଯୋଜନା କରିଥିଲେ ହେଁ ସଫଳ ହୋଇ ନ ଥିଲେ। ତେଣୁ ସେମାନେ ନେହାଙ୍କ ସହାୟତା ବି ଲୋଡ଼ିଥିଲେ। ଘଟଣା ଦିନ ନେହା ନିଜ ବାପ ଘରକୁ ଚାଲିଯାଇଥିଲେ। ସେଦିନ ସେ ଉମେଶଙ୍କୁ ବାରମ୍ବାର ଫୋନ କରି ତାଙ୍କ ଲୋକେସନ ବୁଝିବା ସହିତ ହତ୍ୟାକାରୀଙ୍କୁ ଦେଇଥିଲେ। ଯାହାଫଳରେ ହତ୍ୟାକାରୀ ଉମେଶଙ୍କୁ ମାରିବାରେ ସଫଳ ହୋଇଥିଲେ।

ପୁଲିସ ପ୍ରଥମେ ଜଣେ ହତ୍ୟାକାରୀକୁ ଧରିବା ପରେ ସେ ସବୁ କଥା ମାନିଯାଇଥିଲା। ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories