www.samajalive.in
Saturday, December 13, 2025
14.1 C
Bhubaneswar

ଯାତ୍ରାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ, ଚେୟାର ଫିଙ୍ଗିଲେ ଦର୍ଶକ

ଭୁବନେଶ୍ବର : ମଙ୍ଗଳବାର ଭଦ୍ରକ ଅର୍ଣ୍ଣପାଳରେ ଯାତ୍ରା “ସ୍ୱର୍ଣ୍ଣ ମନ୍ଦିର” ପ୍ରଥମ ରଜନୀର ନାଟକ “ସ୍ୱାମୀ ପାଇଁ ପଛେ ନର୍କକୁ ଯିବି” ଚାଲୁଥିବା ବେଳେ ଯାତ୍ରା ସଂଳାପରେ ପ୍ରଭୁ ଜଗନ୍ନାଥଙ୍କୁ ଅପମାନ ବୋଧକ ଶବ୍ଦ ଆଉ ହିନ୍ଦୁ ଧର୍ମକୁ ଅପମାନ କଲାଭଳି ଦୃଶ୍ୟ ଦେଖି ଦର୍ଶକ ଉତ୍ତେଜିତ ହୋଇ ଚେୟାର ଫୋପାଡ଼ି ଯାତ୍ରା ବନ୍ଦ କରିଦେଇଥିଲେ । କିଛି ସମୟ ଏହିଭଳି ଚାଲିବା ପରେ, ଯାତ୍ରା କଳାକାର ଏବଂ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଲୋକଙ୍କୁ ବୁଝାସୁଝା କରି ସେହି ସିନରୁ କିଛି ଅଂଶ କାଟି ପୁଣି ପରିବେଷଣ କରିଥିଲେ । ଯାତ୍ରାରେ ଅଶ୍ଳୀଳତା ପରେ ଏବେ ଧର୍ମ ଆଉ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରି ନାଟକ ହେବା ଅତ୍ୟନ୍ତ ନିନ୍ଦନୀୟ । ଆଇନ ମନ୍ତ୍ରୀ ଯାତ୍ରା ପାଇଁ ନୂଆ ଆଇନ ଆଣିବେ ବୋଲି ଘୋଷଣା କରିଛନ୍ତି ।

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories