www.samajalive.in
Monday, December 8, 2025
20.1 C
Bhubaneswar

ଟେଷ୍ଟରେ ଯଶପ୍ରୀତ ବୁମରା ଶ୍ରେଷ୍ଠ ବୋଲର, ବ୍ୟାଟିଂରେ ୨ୟ ସ୍ଥାନକୁ ଉଠିଲେ ଜୟସଓ୍ବାଲ

ସମାଜ ଡିଜିଟାଲ ଡେସ୍କ: ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଭାରତ ହରାଇବା ପରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବିଶ୍ଵର ଶ୍ରେଷ୍ଠ ବୋଲର ମାନ୍ୟତା ପାଇଛନ୍ତି। ପ୍ରଥମ ଟେଷ୍ଟରେ ବୁମରା ୮ ଉଇକେଟ ନେବା ପରେ ଆଇସିସି ଟେଷ୍ଟ ରାଙ୍କିଙ୍ଗ ମାନ୍ୟତାରେ ୧ନମ୍ବର ସ୍ଥାନକୁ ଉଠିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାସିଗୋ ରବାଡ଼ା ଏବଂ ଅଷ୍ଟ୍ରେଲୀୟ ବୋଲର ଜୋଶ ହାଜେଲଉଡଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି।

ପର୍ଥ ଟେଷ୍ଟ ପୂର୍ବରୁ ବୁମରା ୩ୟ ସ୍ଥାନରେ ରହିଥିଲେ। ରବାଡ଼ା ପ୍ରଥମ ଏବଂ ହାଜେଲଉଡ ୨ୟ ସ୍ଥାନରେ ରହିଥିଲେ। ବର୍ତ୍ତମାନ ବୁମରା ୮୩୩ ପଏଣ୍ଟ ସହିତ ଶୀର୍ଷରେ ରହିଛନ୍ତି। ହାଜେଲଉଡ ୮୬୦ ପଏଣ୍ଟ ସହିତ ୩ୟ ଏବଂ ରବାଡ଼ା ୮୭୨ ପଏଣ୍ଟ ସହିତ ୨ୟ ସ୍ଥାନକୁ ଖସି ଆସିଛନ୍ତି।

- Advertisement -

ଏହା ସହିତ ଅନ୍ୟତମ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ପର୍ଥ ଟେଷ୍ଟରେ ୫ଟି ଉଇକେଟ ନେବା ପରେ ୩ଟି ସ୍ଥାନ ଉପରକୁ ଉଠି ୨୫ ସ୍ଥାନରେ ପହଞ୍ଚିଛନ୍ତି। ବ୍ୟାଟିଂ ବିଭାଗରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ  ଜୋ ରୁଟ ୯୦୩ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ଥିବାବେଳେ ଯଶସ୍ଵୀ ଜୟସଓ୍ବାଲଙ୍କ ଶତକୀୟ ୧୬୧ ଇନିଂସ ପରେ ସେ ୮୨୫ ପଏଣ୍ଟ ସହିତ ୨ୟ ସ୍ଥାନକୁ ଉଠିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories