ଆଫ୍ରିଦିଙ୍କ ବଦାନ୍ୟତା
ଅନେକ ସମୟରେ କ୍ରିକେଟର ମାନେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୀଡିତ ଲୋକ ମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ଦେଖାଯାଏ। ସେହିଭଳି ଏବେ ଜଣେ କ୍ରିକେଟର ଗତବର୍ଷ ୱେଷ୍ଟଇଣ୍ଡିଜରେ ବାତ୍ୟା ପୀଡିତ ଲୋକମାନଙ୍କ ପାଇଁ ନିଜର ଅନୁକମ୍ପା ପଦର୍ଶନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେହି କ୍ରିକେଟର ଜଣଙ୍କ ହେଉଛନ୍ତି ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି। ସେ ନିଜ ଫାଉଣ୍ଡେସନରୁ ୱେଷ୍ଟଇଣ୍ଡିଜ ବାତ୍ୟାରେ ପୀଡିତଙ୍କୁ ୨୦ ହଜାର ଡଲାର ଦାନ କରିଛନ୍ତି। ଆମ ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ୧୩ଲକ୍ଷ ଟଙ୍କାରୁ ଅଧିକ ହେବ।