www.samajalive.in
Sunday, December 7, 2025
26.1 C
Bhubaneswar

ଆମେରିକା ସହ ଆଲୋଚନା ପାଇଁ ତାଲିବାନର ୩ସର୍ତ୍ତ

କାବୁଲ : ଆମେରିକା ପ୍ରତିନିଧି ଜାଲ୍‌ମେ ଖାଲିଜାଦ୍‌ ଓ ଆଫଗାନ୍‌ ତାଲିବାନ୍‌ ମଧ୍ୟରେ ଇସଲାମାବାଦଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିବା ସଂକ୍ରାନ୍ତରେ ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ତାଲିବାନ ପକ୍ଷରୁ ଖଣ୍ଡନ କରାଯାଇଛି। ଏଥିସହିତ ଆମେରିକା ସହିତ ଆଲୋଚନା କରିବାକୁ ତାଲିବାନ ପକ୍ଷରୁ ତିନିଟି ସର୍ତ୍ତ ରଖାଯାଇଛି। ପୁନଶ୍ଚ ଆଫଗାନିସ୍ତାନ ସରକାରଙ୍କ ସହିତ କୌଣସି ପ୍ରତ୍ୟକ୍ଷ ବୁଝାମଣାକୁ ମଧ୍ୟ ତାଲିବାନ ପକ୍ଷରୁ ଅସ୍ବୀକାର କରାଯାଇଛି। ବରିଷ୍ଠ ତାଲିବାନ ନେତା ତଥା ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦଙ୍କ କହିବାନୁସାରେ, ପାକିସ୍ତାନ ପକ୍ଷରୁ ଆମେରିକା ପ୍ରତିନିଧିଙ୍କ ସହିତ ଇସଲାମାବାଦଠାରେ ଶାନ୍ତି ଆଲୋଚନା ପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା ଓ ଏଥିରେ ଆଫଗାନିସ୍ତାନ ସରକାରଙ୍କୁ ସାମିଲ କରିବାକୁ କୁହାଯାଇଥିଲା। ଏହି ପ୍ରସ୍ତାବକୁ ତାଲିବାନ ପକ୍ଷରୁ ଅଗ୍ରାହ୍ୟ କରାଯାଇଛି। ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା, ତାଲିବାନ ନେତାଙ୍କ ଉପରୁ ଆମେରିକା ନିଷେଧାଦେଶ ପ୍ରତ୍ୟାହାର ସହ ଏହାର ନେତାଙ୍କ ସ୍ବଚ୍ଛନ୍ଦ ବିଚରଣକୁ ଅନୁମତି ଦେବା ଓ ବନ୍ଦୀଙ୍କୁ ମୁକ୍ତ କରିବା ପରେ ଯାଇ ଆମେରିକା ସହ ଆଲୋଚନା ସମ୍ଭବ ବୋଲି ଜବିଉଲ୍ଲା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଆମେରିକା ପ୍ରତିନିଧି ଖାଲିଜାଦ ଇସଲାମାବାଦରେ ପହଞ୍ଚି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପ୍ରସଙ୍ଗ ଉଠିଥିଲା। ଗତ ମାସରେ ଆବୁଧାବିଠାରେ ଆଫଗାନ ତାଲିବାନ ପ୍ରତିନିଧିଙ୍କ ସହ ଆମେରିକାର ଆଲୋଚନା ହୋଇଥିଲା। ଗୁରୁବାର ବୈଠକ ସମ୍ପର୍କରେ ବିସ୍ତୃତ ଖବର ମିଳି ନ ଥିଲେ ମଧ୍ୟ ଆମେରିକା ଓ ତାଲିବାନ ମଧ୍ୟରେ ଇସଲାମାବାଦରେ ଦ୍ବିତୀୟ ବୈଠକ ଆୟୋଜନ ପାଇଁ ପାକିସ୍ତାନ ସମ୍ମତି ପ୍ରକାଶ କରିଥିବା ଗଣମାଧ୍ୟମରେ ଆଲୋଚନା ହୋଇଥିଲା। ଖାଲିଜାଦ ହେଉଛନ୍ତି ଜଣେ ଆଫଗାନିସ୍ତାନ ଜନ୍ମିତ ବରିଷ୍ଠ ଆମେରିକୀୟ କୂଟନୀତିଜ୍ଞ। ସେ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କ ସମୟରେ ଆଫଗାନିସ୍ତାନ, ଇରାକ ଓ ଜାତିସଙ୍ଘରେ ଆମେରିକାର ରାଷ୍ଟ୍ରଦୂତ ଥିଲେ। ଟ୍ରମ୍ପ ପ୍ରଶାସନ ପକ୍ଷରୁ ତାଙ୍କୁ ଆଫଗାନିସ୍ତାନ ପ୍ରସଙ୍ଗରେ ମଧ୍ୟସ୍ଥ ନିଯୁକ୍ତ କରାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories