Patra electronics

ଆଧାର-ଫୋନ୍‍ ସଂଯୋଗ ବାଧ୍ୟତାମୂଳକ ନୁହେଁ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ମୋବାଇଲ୍‍ ନମ୍ବର ସହିତ ଆଧାର ନମ୍ବର ସଂଯୋଗ ପାଇଁ ଉପଭୋକ୍ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‍ ଏ କେ ସିକ୍ରି, ଏ ଏମ୍‍ ଖାନ୍‍ୱିକର, ଜଷ୍ଟିସ୍‍ ଅଶୋକ ଭୁଷଣ ଓ ଜଷ୍ଟିସ୍‍ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପାଞ୍ଚଜଣିଆ ଖଣ୍ଡପୀଠ କହିଛନ୍ତି ଯେ ୨୦୧୭, ଫେବୃଆରୀ ୭ ତାରିଖରେ ସୁପ୍ରିମକୋର୍ଟଙ୍କ ରାୟକୁ କେନ୍ଦ୍ର ସରକାର ଭୁଲ୍‍ ତର୍ଜମା କରିଛନ୍ତି। ଲୋକନିତି ଫାଉଣ୍ଡେସନ୍‍ ମାମାଲାର ଶୁଣାଣି କରି ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଆଧାରକୁ କେବଳ ଉପଭୋକ୍ତାଙ୍କ ଏକ ପରିଚୟପତ୍ର ଭାବରେ ବିବେଚନା କରାଯାଇପାରିବ।

Leave A Reply