www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଶଂସକଙ୍କୁ ଖୁସି କରିବାକୁ ଚାହାନ୍ତି ପ୍ରଭାସ

ଚଳିତ ବର୍ଷ ପ୍ରଭାସ ଅଭିନୀତ ‘ସାହୋ’ ମୁକ୍ତିଲାଭ କରିବାକୁ ଯାଉଛି। ବାହୁବଳୀ ପରି ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟିଦେବା ପରେ ସେ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ସତର୍କ ହୋଇଯାଇଛନ୍ତି। ବାହୁବଳୀ ପରେ ତାଙ୍କୁ ଦୁଇଟି ନାମୀ ନିର୍ଦେଶକଙ୍କ ରୋମାଣ୍ଟିକ୍ ଚଳଚ୍ଚିତ୍ରର ଅଫର୍ ଆସିଥିଲା। ପ୍ରଭାସ କିନ୍ତୁ ଏଭଳି କାହାଣୀ ପାଇଁ ସମୟ ମାଗିଛନ୍ତି। କାରଣ ତାଙ୍କ ମତରେ ପ୍ରଶଂସକ ତାଙ୍କ ଆକ୍ସନ୍ ରୂପ ଦେଖିବାକୁ ଚାହୁଁଛନ୍ତି। ଏଣୁ ଭାବିଚିନ୍ତି ସେ ‘ସାହୋ’ ପାଇଁ ଚୁକ୍ତି କଲେ। ବାହୁବଳୀ ପାଇଁ ଯେମିତି ୫ ବର୍ଷ ସେ ନିଜ ଡାଏଟ୍, ବ୍ୟାୟାମକୁ କଡ଼ାକଡ଼ି ଭାବେ ପାଳନ କରିଥିଲେ, ଏଇ ଆଗାମୀ ଚଳଚ୍ଚିତ୍ର ନିମନ୍ତେ ମଧ୍ୟ ସେ ଅଧିକ ପରିଶ୍ରମ କରିଛନ୍ତି। ଦୁବାଇରେ ୪୫ ଡିଗ୍ରୀରୁ ଅଧିକ ତାପମାତ୍ରାରେ ସେ ବାଇକ୍ ଚଳାଇ ସୁଟିଂ କରିଥିଲେ। ନିଜ ବିବାହ ପ୍ରସଙ୍ଗକୁ ହସିହସି ଏଡ଼ାଇ ଦେଇଛନ୍ତି ଏଇ ଦକ୍ଷିଣ କଳାକାର। ମିଳିଥିବା ଖବର ଅନୁସାରେ, ଚଳିତ ବର୍ଷ ସେ ବିବାହ କରିପାରନ୍ତି। ଫେସବୁକ୍ ସୋସିଆଲ ସାଇଟ୍‌ରେ ସକ୍ରିୟ ଥିବା ପ୍ରଭାସ ଗତ ଶୁକ୍ରବାର ଇନ୍‌ଷ୍ଟାଗ୍ରାମ୍‌ରେ ଆକାଉଣ୍ଟ ଖୋଲିଛନ୍ତି। ଆକାଉଣ୍ଟ ଖୋଲିବାର ମାତ୍ର ଅଢ଼େଇ ଘଣ୍ଟା ମଧ୍ୟରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ୭ଲକ୍ଷରେ ପହଞ୍ଚିଥିଲା। ମଜାଦାର କଥା ଯେ ପ୍ରଭାସ ଏଯାଏଁ ସେଇ ଆକାଉଣ୍ଟରେ କୌଣସି ଫଟୋ ଅପଲୋଡ କରିନାହାନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories