ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ

ଯୋଡା : ଯୋଡା ବ୍ଲକ ଜଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଜରୋଳି କ୍ରେଚ୍‍ ହଟିଂ ନିକଟରେ ଶନିବାର ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ ଜରିବାହାଲରେ ରହୁଥିବା ମଧୁସୂଦନ (୩୨) (ଚମ୍ପୁଆ ଥାନା ଅନ୍ତର୍ଗତ ବିମଳପୁର ଗ୍ରାମର ମୂଳବାସୀନ୍ଦା) ରୁଙ୍ଗ୍‍ଟା କମ୍ପାନୀରେ ସିକ୍ୟୁରିଟି ଗାର୍ଡ ରୂପେ କାର୍ଯ୍ୟ କରନ୍ତି। ଶନିବାର ରାତିରେ ମଧୁସୂଦନ ତାଙ୍କ ବାଇକ (ଓଡି-୦୯ସି-୦୦୭୩ ) ଯୋଗେ ଯୋଡା ପଟୁ ଜରିବାହାଲ ଫରୁଥିବା ରାସ୍ତାରେ ଜରୋଳି କ୍ରେଚ୍‍ ହଟିଂ ସନ୍ନିକଟରେ କୌଣସି ଅଜଣା ଗାଡି ତଙ୍କୁ ଧକ୍କା ଦେଇଥିଲା। ପରେ ତାଙ୍କୁ ଉଦ୍ଧାର କରି ଯୋଡା ଟାଟା ଷ୍ଟିଲ୍‍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଧୁସୂଦନଙ୍କ ଶଡୁ ଗୁଣନିଧିଙ୍କ ଅଭିଯୋଗ ଆଧାରରେ ବାମେବାରୀ ପୁଲିସ ଏକ ଅପମୃତ୍ୟୁ ମାମଲା ଋଜୁ କରି ତଦନ୍ତ ଅ।।ରମ୍ଭ କରିଛି।

Comments are closed.