www.samajalive.in
Sunday, November 16, 2025
15.1 C
Bhubaneswar

ପାହାଳ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ୱର : ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ପାହାଳ ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। ଗତକାଲି ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଅପରାହ୍ନରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡିଛି। ଦୁର୍ଘଟଣାରେ ଆହତ ହୋଇଥିବା ୧୧ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ସୂଚନାଯୋଗ୍ୟ, ଦୁଇଟି ପରିବାରର ମୋଟ୍ ୧୪ ଜଣ ରବିବାର ତାରିଣୀ ଦର୍ଶନ ସାରି ଫେରୁଥିବା ବେଳେ ପାହାଳ ହାଇ ହଣ୍ଡାକାର ସୋ ରୁମ ସମ୍ମୁଖରେ ଏକ ଟ୍ରକ ସେମାନଙ୍କ ଟ୍ରାଭେରା ଗାଡିକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଧକ୍କା ଦେଇଥିବା ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡିର ଚାଳକ ମଧ୍ୟ ସେଠାରୁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ପୁରୀ ଜିଲା ଡେଲାଙ୍ଗର ଅଭିନାଶ ପ୍ରଧାନ(୩୫), ମାଟିଆ ପଡାର ବଳରାମ ସାହୁ(୩୦) ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତଙ୍କ ମଧ୍ୟରୁ କେତେକଙ୍କୁ କଟକ ଏସସିବି ପଠାଯାଇଥିବା ବେଳେ ଅନ୍ୟ କେତେକଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତକ ଅଭିନାଶ ପ୍ରଧାନ(୩୫)ଙ୍କ ୪ ବର୍ଷୀୟ ପୁଅ ଆୟୁଷ ପ୍ରଧାନ ଆଜି ଆଖି ବୁଜିଛି। ଆହତ ଅବସ୍ଥାରେ ମୃତକ ଅଭିନାଶ ପ୍ରଧାନଙ୍କ ସ୍ତ୍ରୀ କନକ ପ୍ରଧାନ, ମୃତକ ବଳରାମ ସାହୁଙ୍କ ସ୍ତ୍ରୀ ବୀଣା ସାହୁ, ପୁଅ କାହ୍ନା ସାହୁ ରହିଛନ୍ତି। ଏପର୍ଯ୍ୟନ୍ତ ଅନ୍ୟ ଆହତଙ୍କ ପରିଚୟ ମିଳିପାରିନାହିଁ।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories