ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

0

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଚଣ୍ଡୀପୀଠ ଗ୍ରାମର କୈଳାସ ପ୍ରଧାନ ବୋଲି ଜଣାପଡ଼ିଛି । ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ ମାଲ ବୋଝେଇ ଟ୍ରକ୍ ଧକ୍କା ଦେବା ଫଳରେ ଯୁବକଟି ଟ୍ରକ୍ ଚକା ତଳେ ଚାପି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ କୈଳାସଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଖଲ୍ଲିକୋଟ ପୁଲିସ୍  ପହଞ୍ଚି ମୃତଦେହ ଜବତ କରିବା ସହ ଟ୍ରକ୍ ଚାଳକକୁ ଧରିବାକୁ ତଦନ୍ତ ଚଲାଇଛି ।

Leave A Reply