ଦୁର୍ଘଟଣାରେ ଜଣେ ମୃତ

ଯାଜପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୄତ୍ୟୁ ଘଟିଛି । ମୃତକ ହେଉଛନ୍ତି ଉତ୍ତରପୁର ଗାଁର ନିରଞ୍ଜନ ନାୟକ ।
ଯାଜପୁର ଜିଲା ବିଂଝାରପୁର ବ୍ଲକ ଅନ୍ତର୍ଗତ କପିଳା ଛକ ନିକଟରେ ପିକ୍-ଅପ୍ ଭ୍ୟାନ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ପିକ୍-ଅପ୍ ଭ୍ୟାନ୍ ଓଲଟି ପଡିଥିବା ବେଳେ ସ୍କୁଟି ଚାଳକ ଘଟଣାସ୍ଥଳରେ ମୄତ୍ୟୁ ଘଟିଛି । ଦୁର୍ଘଟଣା ପରେ ପିକ୍-ଅପ୍ ଭ୍ୟାନ୍ ଚାଳକ ଫେରାର ହୋଇଯାଇଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବିଂଝାରପୁର ପୁଲିସ ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।