ଜିଲା ସମାଜ ମଙ୍ଗଳ ବିଭାଗ ତରଫରୁ କର୍ମଶାଳା

ସମ୍ବଲପୁର: ଜିଲା ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲାର ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ ହୋଇଯାଇଛି। ଜିଲା ସମାଜ କଲ୍ୟାଣ ଅଧିକାରିଣୀ ରେଣୁବାଳା ନନ୍ଦ କର୍ମଶାଳା ର ଲକ୍ଷ୍ୟ ସମ୍ପର୍କ ରେ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ କର୍ମଶାଳାକୁ ଏଡ୍.ଏଟ.ଏକ୍ସନ୍ ର ଜିଲା ସଂଯୋଜିକା ସୁନିତା ତ୍ରିପାଠୀ ପରିଚାଳନା କରିଥିଲେ। ସମ୍ବଲପୁର ଏଫଆଇସି ଶିବ ପ୍ରସାଦ ବେହେରା ଯୋଗ ଦେଇ ମହିଳା ମାନେ କିପରି ଭାବରେ ନିଜର ଆର୍ଥିକ ସ୍ଥିତି ସୁଧ।ରି ପାରିବେ, ତାହା ଉପରେ ଆଲୋଚନା କରିଥିଲେ। ୱାନ୍ ଷ୍ଟପ ସେଣ୍ଟରର ପରିଚାଳିକା ମୌସୁମୀ ଦୋରା ମହିଳା ମାନଙ୍କର ନ୍ୟାୟଗତ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ। କାର୍ୟକ୍ରମରେ ସଞ୍ଜନା ପ୍ରଧାନ, କିଶୋରୀ ମାନେ କରିଥିବା କାମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପାର୍ବତୀ ଦଣ୍ଡସେନା, ବ୍ୟାଙ୍କ ମିତ୍ର ନିଜର ସଫଳ କାହାଣୀ କହିଥିଲେ। କାର୍ୟକ୍ରମ ରେ ପତଙ୍ଗ, ଆଦର୍ଶ, ଆଶା, ଆସ ଓ ସାର୍କ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇ ମହିଳା ଓ କିଶୋରୀ ସଶକ୍ତି କରଣ ଉପରେ କରୁଥିବା କାର୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

Comments are closed.