ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଷାନ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ

ସମ୍ବଲପୁର: ଆଜିଠାରୁ ପ୍ରତ୍ୟହ ଅପରାହ୍ନ ୩.୦୦ ଘଂଟାରୁ ୩.୩୦ ପର୍ଯ୍ୟନ୍ତ ଅଧ ଘଂଟା ପାଇଁ ଆକାଶବାଣୀ, ସମ୍ବଲପୁର କେନ୍ଦ୍ରରୁ କିଷାନ ଭାଷାରେ ଏକ ବିଶେଷ କାର୍ଯ୍ୟକ୍ରମ ‘ମାକ୍କା ପୁପୁ ଝକା ଝକା’ର ଶୁଭାରମ୍ଭ ହେବାକୁ ଯାଉଅଛି। ଏଥିରେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଅସ୍ମିତା ତଥା ଏହାର ସଂରକ୍ଷଣ ଆଧାରୀତ କାର୍ଯ୍ୟକ୍ରମ ପ୍ରସାରିତ ହେବ ବୋଲି ଆକାଶବାଣୀ କେନ୍ଦ୍ର ସମ୍ବଲପୁର ପକ୍ଷରୁ ସୁଚନା ଦିଆଯାଇଛି।
Comments are closed.