ଦୁଲଦୁଲି ପ୍ରତିଯୋଗିତା ଆୟୋଜିତ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଲୋକକଳାକୁ ପ୍ରୋତ୍ସାହନ କରିବା ପାଇଁ ଶନିବାର ମାଁ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦୁଲଦୁଲି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳର ୯ଟି ଦଳ ସାମିଲ ହୋଇଥିଲେ। ପ୍ରତିଯୋଗିତାରେ ଖଲିଆବନ୍ଧର ଡାକ୍ତର ବାରିଙ୍କ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବଲାଙ୍ଗୀରର ପିତାମ୍ବର ଦୀପଙ୍କ ଦଳ ଦ୍ୱିତୀୟ ଏବଂ ବଡବଜାର ସମ୍ବଲପୁରର ବିଦ୍ୟାଧର କଣ୍ଟାଙ୍କ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ରୂପେ ଶଙ୍କର ପ୍ରଧାନ, ରଞ୍ଜନ ସାହୁ, କୃଷ୍ଣଚନ୍ଦ୍ର ବାଗ ଓ ଡ. ମୋହିତ ସ୍ୱାଇଁ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ। ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପ୍ରଫୁଲ୍ଲ ହୋତା, ଡ. ଶ୍ୟାମ ସୁନ୍ଦର ଧର ସଂଯୋଜନା କରିଥିବା ବେଳେ ସଦସ୍ୟ ହେମନ୍ତ ଚନ୍ଦ୍ର ମିଶ୍ର, ଦେବ କୁମାର ଆଜମେରିଆ, ସନ୍ତୋଷ ପୃଷେଠ ଏବଂ ଆନନ୍ଦିତ ଦାସ ପ୍ରମୁଖ ସହଯୋଗ କରିଥିଲେ।

Comments are closed.