www.samajalive.in
Sunday, December 7, 2025
13.1 C
Bhubaneswar

ଖସିଲା ପାରଦ, ତାତିରୁ ଆଶ୍ବସ୍ତି

ଭୁବନେଶ୍ବର : ଏପ୍ରିଲ ୧୪ରୁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଶୁକ୍ରବାର ପ୍ରଚଣ୍ଡ ତାତି ପ୍ରକୋପରୁ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି। ରାଜ୍ୟର ସବୁ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସି ଆସିଛି। ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କୋହଲା ପବନ ବହିବା ଯୋଗୁଁ ତାତିରୁ ମୁକ୍ତି ମିଳିଛି। ୮ସ୍ଥାନରେ ଘୂର୍ଣ୍ଣିଝଡ଼ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି ଏବଂ ରାଜ୍ୟବ୍ୟାପି ଦିନ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା ୨୬ତାରିଖ ପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇପାରେ ​ବୋଲି ସୂଚନା ମିଳିଛି।
ଆସନ୍ତା ତିନିଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ଥିବାରୁ ତାତିରୁ ଆଶ୍ବସ୍ତି ମିଳିବ; କିନ୍ତୁ ୪ଦିନ ଧରି ରାଜ୍ୟର ଅନେକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ କୁଆପଥର ମାଡ଼ ହୋଇପାରେ। ବିଶେଷକରି ୨୨ ଓ ୨୩‌େ‌ର କାଳବୈଶାଖୀ ପ୍ରଭାବରୁ ବଜ୍ରପାତ ସହ ବର୍ଷା ଏବଂ କୁଆପଥର ବୃଷ୍ଟିର ଆଶଙ୍କା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିପାରେ। ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଶୁକ୍ରବାର ରାଜ୍ୟର ସର୍ବାଧିକ ତାପମାତ୍ରା ନୂଆପଡ଼ାରେ ସବୁଠୁ ଅଧିକ ୩୯.୪ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ା ୩୮.୬, ବାରିପଦା ୩୭.୪, ବଲାଙ୍ଗୀର ୨୯.୩ ଏବଂ କଟକରେ ୩୪ ଡିଗ୍ରୀକୁ ଖସି ଆସିଛି।
ବାରିପଦା, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର ଏବଂ ଭୁବନେଶ୍ବରରେ ଦିନ ତାପମାତ୍ରା ପ୍ରାୟ ୭ରୁ ୮ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଛି। ଗତକାଲି ରାଜଧାନୀରେ ପାରା ୪୩.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଆଜି ୭.୧ଡିଗ୍ରୀ ହ୍ରାସ ପାଇଛି।
ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, ଚାନ୍ଦବାଲି, ପାରାଦ୍ବୀପ, ଭୁବନେଶ୍ବର, କେନ୍ଦୁଝର, ସମ୍ବଲପୁର, ଟିଟିଲାଗଡ଼, ରାୟଗଡ଼ା, ଯାଜପୁର, କୋରାପୁଟ ଏବଂ ବଲାଙ୍ଗୀରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କଟକ, ଜଗତସିଂହପୁର ଏବଂ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ଆଶଙ୍କା ରହିଛି। କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ ଏବଂ ନବରଙ୍ଗପୁରର କିଛି ଅଞ୍ଚଳରେ କୁଆପଥର ବୃଷ୍ଟି ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ୨୩ରେ ଉପକୂଳ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ ବୋଲି ସତର୍କ କରାଇ ଦିଆଯାଇଛି। ଏହି ସମୟରେ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ନିକୁଞ୍ଜ ବିହାରୀ ଧଳ ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories