www.samajalive.in
Sunday, December 7, 2025
23.1 C
Bhubaneswar

ଆପ ସହ ମେଣ୍ଟ ପାଇଁ ସର୍ତ୍ତ ରଖିଲା କଂଗ୍ରେସ

ନୂଆଦିଲ୍ଲୀ : ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଆପ) ସହ ମେଣ୍ଟ ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର କେତେକ ସର୍ତ୍ତ ଉପସ୍ଥାପନ କରାଯାଇଛି। ଦିଲ୍ଲୀ କଂଗ୍ରେସ ପ୍ରଭାରୀ ପିସି ଚାକୋ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଆପ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଛି। ସବୁ ରାଜ୍ୟ ଅଲଗା ଓ ସେଠାକାର ସ୍ଥିତି ମଧ୍ୟ ଭିନ୍ନ। ତେଣୁ ଅନ୍ୟ ରାଜ୍ୟରେ ଆପ ସହ ମେଣ୍ଟ କରିବା ସମ୍ଭବ ନୁହେଁ। ଆମେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବୁ। ଆମେ ଦିଲ୍ଲୀରେ ଆପ ସହ ମେଣ୍ଟ କରିବାକୁ ପ୍ରସ୍ତୁତ ଅଛୁ। ଏବେ ନିଷ୍ପତ୍ତ ନେବା କାମ ଆପର।
ପ୍ରକାଶଯୋଗ୍ୟ ଯେ ଆପ ଦିଲ୍ଲୀ ସହ ପଞ୍ଜାବ ଏବଂ ହରିୟାଣାରେ ମେଣ୍ଟ କରିବାକୁ ଚାହୁଁଛି। କଂଗ୍ରେସ କେବଳ ଦିଲ୍ଲୀ ପାଇଁ ମେଣ୍ଟ କରିବାକୁ ପ୍ରସ୍ତୁତ ଅଛି। ସୂଚନା ଅନୁସାରେ ଗୁରୁବାର ଅନୁଷ୍ଠିତ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚକ କମିଟିରେ ଦିଲ୍ଲୀର ୭ ଲୋକସଭା ଆସନରୁ ୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଦିଲ୍ଲୀରୁ ୪ ଲୋକସଭା ଆସନରେ ନିର୍ବାଚନ ଲଢିବା ପାଇଁ ପୂର୍ବତନ ସାଂସଦ ଅଜୟ ମାକନ, ଚାନ୍ଦିନୀ ଚୌକରୁ କପିଲ ସିବଲ, ଉତ୍ତର-ପୂର୍ବ ଦିଲ୍ଲୀରୁ ଜୟ ପ୍ରକାଶ ଅଗ୍ରୱାଲଙ୍କ ନାମ ଚୟନ କରାଯାଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories