ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ

0
ଛତ୍ରପୁର : ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ମିଶନ ଅଧିନରେ ଗଞ୍ଜାମ ଓ ପୁରୀ ଜିଲ୍ଲାର  ପୌରାଞ୍ଚଳର ଦୁଇ ହଜାର ବାସ୍ତିବାସିନ୍ଦା ପରିବାରକୁ  ସୋମବାର ଜମିପଟ୍ଟା ପ୍ରଦାନ କରାଯାଇଛି।   ଛତ୍ରପୁରଠାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜମି ପଟ୍ଟା ପ୍ରଦାନ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଓ ପୁରୀ ଜିଲ୍ଲାର ୯ଟି ପୌରାଞ୍ଚଳର ୨୦୦୦ ବାସ୍ତିବାସିନ୍ଦା ପରିବାରକୁ ଜମିପଟ୍ଟା ପ୍ରଦାନ କରାଯାଇଛି। ବିଶ୍ବର ସର୍ବ ବୃହତ ବସ୍ତି ଜମି ଅଧିକାର ପ୍ରଦାନ ପ୍ରକଳ୍ପ ଭାବେ ଏହାକୁ ବିବେଚନା କରାଯାଉଛି । ଟାଟା ଟ୍ରଷ୍ଟ ଓ ଜର୍ମାନ ଫଷ୍ଟର ଫାଉଣ୍ତେସନ ଏ ଦିଗରେ ସହାୟତା କରୁଛନ୍ତି।
 ଆୟୋଜିତ କାର୍ଯ୍ୟକ୍ରମରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ଓ ବିଶିଷ୍ଟ ସ୍ଥପତି ତଥା ଜର୍ମାନ ଫଷ୍ଟର ଫାଉଣ୍ତେସନର ସଭାପତି  ଲର୍ଡ ନର୍ମାନ୍ ଫଷ୍ଟର୍‌ ,ରାଜ୍ୟ ମନ୍ତ୍ରୀ ପରିଷଦର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ସୂର୍ଯ୍ୟନାରାୟଣ ପାତ୍ର, ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସହରରେ ବସ୍ତିମାନଙ୍କରେ ରହୁଥିବା ଗରିବଲୋକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ରାଜ୍ୟ ସରକାର ସେମାନଙ୍କୁ ଜମି ଅଧିକାର ପ୍ରଦାନ କରିବା ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ। ଗରିବ ଲୋକଙ୍କ ଉନ୍ନତି ପାଇଁ ସରକାର ସବୁବେଳେ କାମ କରି ଚାଲିଛନ୍ତି ଓ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ। ଗରିବ ଲୋକଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଆଜି ଇତିହାସ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ମିଶନ ମାଧ୍ୟମରେ ଆସନ୍ତା ଏକ ବର୍ଷ ମାଧ୍ୟମରେ ରାଜ୍ୟର ୨୫ଶହ ସହରାଞ୍ଚଳ ବସ୍ତିରେ ରହୁଥିବା ୧୦ ଲକ୍ଷ ଲୋକ  କିପରି ଉପକୃତ ହେବେ​‌ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯାଇଛି।
Leave A Reply