ସର୍ବସାଧାରଣ ସ୍ଥାନ ନୁହେଁ; ମସ୍‌ଜିଦରେ ନମାଜ ପାଠ ହେବା ଉଚିତ: ଖଟ୍ଟର

0

ଗୁଡଗାଓଁ : ସର୍ବସାଧାରଣ ସ୍ଥାନରେ ନମାଜ ପାଠକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନାପସନ୍ଦ କରିଛନ୍ତି। ଖଟ୍ଟର କହିଛନ୍ତି ଯେ ମସଜିଦ୍‌ କିମ୍ବା ଇଦଘା କିମ୍ବା ନିଜ ଘରେ ମୁସଲମାନମାନେ ନମାଜ ପାଠ କରିବା ଉଚିତ। ଗୁଡଗାଓଁର ସର୍ବସାଧାରଣ ସ୍ଥାନରେ ନମାଜ ପାଠକୁ ଦକ୍ଷିଣପନ୍ଥୀ ସଂଗଠନ ପକ୍ଷରୁ ବିରୋଧ କରାଯିବାକୁ ନେଇ ଖଟ୍ଟର ଏପରି ମନ୍ତବ୍ୟ ଦେଇଛନ୍ତି। ସର୍ବସାଧାରଣ ସ୍ଥାନରେ ନମାଜ ପାଠକୁ ବିରୋଧ କରି ଦକ୍ଷିଣପନ୍ଥୀ ସଂଗଠନ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୱାଜିରାବାଦ, ଅତୁଲ କାଟାରିଆ ଛକ, ସାଇବର ପାର୍କ, ଭକ୍ତୱାର ଛକ ଓ ସାଉଥ ସିଟିରେ ମୁସଲମାନମାନେ ନମାଜ ପାଇଁ ଏକତ୍ର ହୋଇଥିବାବେଳେ ଦକ୍ଷିଣପନ୍ଥୀ ସଂଗଠନର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ହସ୍ତକ୍ଷେପ ଦ୍ୱାରା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। ଏହି ଘଟଣା ପରେ ଖଟ୍ଟର କହିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ଯଦି ନମାଜ ପାଠକୁ ବିରୋଧ କରାଯାଉଛି ତେବେ ଏହାକୁ ବନ୍ଦ କରାଯିବା ଦରକାର। କାରଣ ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆଇନଶୃଙ୍ଖଳା ବଜାୟ ରଖିବା ସରକାରଙ୍କର କର୍ତ୍ତବ୍ୟ।

Leave A Reply