ଆଇପିଏଲ୍ କ୍ରିକେଟ : ମୁମ୍ବଇ-କଲକାତା ଏବଂ ପଞ୍ଜାବ-ରାଜସ୍ଥାନ ମଧ୍ୟରେ ମୁକାବିଲା

0

ମୁମ୍ବଇ/ଇନ୍ଦୋର : ଆଇପିଏଲ୍ କ୍ରିକେଟ ୨୦୧୮ରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହେଉଛି । ପ୍ରଥମ ମ୍ୟାଚ ମୁମ୍ବଇରେ ମୁମ୍ବଇ ଇଣ୍ଡିଆନ୍‍ସ ଏବଂ କଲକାତା ନାଇଟ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ରାତି ୮ଟାରେ ଇନ୍ଦୋରରେ ଦ୍ବିତୀୟ ମ୍ୟାଚ କିଙ୍ଗ୍‍ସ୍‍ ଇଲେଭେନ୍‍ ପଞ୍ଜାବ  ଓ ରାଜସ୍ଥାନ ରୟାଲସ୍ ମଧ୍ୟରେ ଅନୁଷ୍ଠିତ ହେବ ।

ବର୍ତ୍ତମାନ ସୁଦ୍ଧା ମୁମ୍ବଇ ଇଣ୍ଡିଆନ୍‍ସ ୯ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୬ଟି ପରାଜୟ ସହିତ ୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୫ମ ସ୍ଥାନରେ ରହିଛି। ସେହିପରି କଲକାତା ନାଇଟ ରାଇଡର୍ସ ୯ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୪ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ୩ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ କିଙ୍ଗ୍‍ସ୍‍ ଇଲେଭେନ୍‍ ପଞ୍ଜାବ ୮ଟି ମ୍ୟାଚରୁ ୫ଟି ବିଜୟ ଓ ୩ଟି ପରାଜୟ ସହିତ ୧୦ପଏଣ୍ଟ ସହିତ ୪ର୍ଥ ସ୍ଥାନରେ ଥିବାବେଳେ ରାଜସ୍ଥାନ ରୟାଲସ ୮ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୫ଟି ପରାଜୟ ସହିତ ୬ପଏଣ୍ଟ ପାଇ ୮ମ ସ୍ଥାନରେ ରହିଛି।

ତେବେ ସନ୍‍ରାଇଜର୍ସ ହାଇଦରାବାଦ ଏବେ ମଧ୍ୟ  ଶୀର୍ଷ ସ୍ଥାନରେ ରହିଛି । ହାଇଦରାବାଦ ୯ଟି ମ୍ୟାଚରୁ ୭ଟି ବିଜୟ ଓ ୨ଟି ପରାଜୟ ସହିତ ୧୪ ପଏଣ୍ଟ ହାସଲ କରିଛି। ହାଇଦରାବାଦ ପଛକୁ ଚେନ୍ନଇ ସୁପର କିଙ୍ଗସ୍ ୧୦ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୩ଟି ପରାଜୟ ସହିତ ୧୪ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଦ୍ବିତୀୟ  ସ୍ଥାନରେ ରହିଛି ।

ଅନ୍ୟ ଦୁଇଟି ଦଳ ମଧ୍ୟରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୯ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୬ଟି ପରାଜୟ ସହିତ ୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଷଷ୍ଠ  ସ୍ଥାନରେ ରହିଛି । ଦିଲ୍ଲୀ ଡେୟାର ଡେଭିଲସ ୧୦ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୭ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୭ମ ସ୍ଥାନରେ ରହିଛି।

 

Leave A Reply