ଋଷ୍‌ର ଅଭିଯୋଗ: ଆମେରିକା ଅଲକାଏଦା ଓ ଆଇଏସ୍‌ଆଇଏସ୍‌କୁ ଛାଡି ଇରାନ ପଛରେ ପଡିଛି

0

ମସ୍କୋ: ଆମେରିକା ଏବେ ଅଲକାଏଦା ଓ ଆଇଏସ୍‌ଆଇଏସ୍‌ ପରି ଆତଙ୍କବାଦୀ ସଂଗଠନକୁ ମୂଳପୋଛ କରିବା ବଦଳରେ  ଏବେ ଇରାନ୍‌ ପଛରେ ପଡିଛି ବୋଲି ଋଷ୍‌ ପକ୍ଷରୁ  ଅଭିଯୋଗ କରାଯାଇଛି । ଆମେରିକା ଏବେ ଇରାନକୁ ଆତାଙ୍କବାଦୀ ସଂଗଠନ ଠାରୁ ଅଧିକ ବିପଦ ଜନକ ବୋଲି ଭାବୁଛି ଋଷର ବୈଦେଶିକ ବ୍ୟାପର ମନ୍ତ୍ରାଳୟ ପ୍ରକାଶ କରିଛି । ଏବେ ଅଲକାଏଦାର ଧନର ପରିମାଣ ଆଇଏସ୍‌ଆଇଏସ୍‌ଠାରୁ ଅଧିକ ବୃଦ୍ଧି ପାଇଛି । ଆଇଏସ୍‌ଆଇଏସ୍‌ର ଆୟଠାରୁ ଅଲକାଏଦାର ଆୟର ପରିମାଣ ୧୨ ଗୁଣ ବୃଦ୍ଧି ପାଇଛି ।

ଆଇଏସ୍‌ଆଇଏସ୍‌ର ଗଡ ଇରାକ୍‌ ଓ ସିରିଆରେ ଧ୍ୱଂସ ହେବାପରେ ତାହାର ଆୟ ହ୍ରାସ ପାଇଛି ।ଋଷ୍‌ ଚେଷ୍ଟା କରି ସିରିଆରେ ଆତଙ୍କବାଦୀ ଆଡ୍ଡା ନଷ୍ଟ କରୁଥିବାରୁ ଏପରି ହୋଇଥିବା କଥା  ଋଷ୍‌ର ବୈଦଶିକ ମନ୍ତ୍ରାଳୟ ଉପ ନିର୍ଦେଶକ ଡିମିଟ୍ରିପିଓ କିଷ୍ଟୋଭ ପ୍ରକାଶ କରିଛନ୍ତି । ମାତ୍ର ଅଲକାଏଦାର ଆୟ ବୃଦ୍ଧି ପାଇଛି । ହେଲେ ଆମେରିକା ଆଇଏସ୍‌ଆଇଏସ୍‌ ଓ ଅଲକାଏଦା ବିଷୟରେ ଭୁଲି ଯାଇ ଇରାନ ପଛରେ ପଡିଛି ବୋଲି ଋଷ୍‌ ପ୍ରକାଶ କରିଛି ।

Leave A Reply