ନକଲି ସିମେଣ୍ଟ କାରଖାନା ଠାବ, ଜଣେ ଗିରଫ

0

କଟକ: ଜଗତପୁର ଶିଳ୍ପାଞ୍ଚଳରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଏହାକୁ ଚଳାଉଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି । ଏଠାରେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ସିମେଣ୍ଟରେ ଅପମିଶ୍ରଣ ହେଉଥିବା ନେଇ ଅଭିଯୋଗ ହେଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ୧୦ ବର୍ଷ ଧରି ସେଠାରେ ନକଲି ସିମେଣ୍ଟ କାରବାର ଚାଲିଆସୁଥିବା ନେଇ ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ତେବେ ଚଢଉ ବେଳେ ଘଟଣାସ୍ଥଳରୁ  ୭ ହଜାର ୫ ଶହ ବସ୍ତା ନକଲି ସିମେଣ୍ଟ, ବହୁତ ଗୁଡିଏ ଖାଲି ବସ୍ତା ଓ ବିଭିନ୍ନ ବ୍ରାଣ୍ଡ୍‌ର ଲେବଲ ଜବତ ହୋଇଛି । ଏହି ଘଟଣାରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଲଳିତ ଜୈନଙ୍କୁ ପୁଲିସ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

Leave A Reply