ଝାଡ଼ଖଣ୍ଡ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ୧୬ ଗିରଫ
ଛତ୍ରା: ଝାଡ଼ଖଣ୍ଡର ନକ୍ସଲ୍ ଅଧ୍ୟୁଷିତ ଛତ୍ରା ଜିଲାରେ ଗଣବଳାତ୍କାର ଓ ହତ୍ୟା ଘଟଣାରେ ପୁଲିସ୍ ୧୬ ଜଣଙ୍କୁ ଗିରଫ କରିଛି। ଆହୁରି ଚାରିଜଣ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି। ଗତ ଶୁକ୍ରବାର ରାତିରେ ଜନୈକା ୧୬ ବର୍ଷର ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯିବା ପରେ ଜୀବନ୍ତ ଜାଳି ଦିଆଯାଇଥିଲା। ପୀଡ଼ିତାଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ସମସ୍ତେ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଇଥିବା ବେଳେ ଚାରିଜଣ ନିଶାସକ୍ତ ତାଙ୍କ ଝିଅକୁ ଅପହରଣ କରି ନେଇ ଏକ ଘରେ ରଖି ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ବାପା ଗାଁ ମୁଖିଆ ଓ ପଞ୍ଚାୟତ ସଦସ୍ୟଙ୍କ ଆଗରେ କହିଥିଲେ। ଅଭିଯୁକ୍ତଙ୍କୁ ୧୦୦ ଥର ବସ୍ଉଠ୍ କରାଇବା ସହିତ ୫୦ ହଜାର ଟଙ୍କା ଜୋରିମାନା ପାଇଁ ପଞ୍ଚାୟତରେ ନିଷ୍ପତ୍ତି ହୋଇଥିଲା। ଏହାପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଘରକୁ ଆସି ପରିବାର ସଦସ୍ୟଙ୍କୁ ମାଡ଼ ମାରିଥିଲେ ଓ ପୀଡ଼ିତାଙ୍କ ଦେହରେ ନିଅାଁ ଲଗାଇ ଦେଇଥିଲେ। ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରିଥିବା ଗାଁ ଲୋକଙ୍କ ବିରୋଧରେ ମଧ୍ୟରେ ପୁଲିସ ମାମଲା ରୁଜୁ କରିଛି।