www.samajalive.in
Monday, December 15, 2025
24.1 C
Bhubaneswar

ବିଜେପିରେ ଯୋଗଦେଲେ ଏସପି ନେତା ସଂଜୟ ସେଠ ଏବଂ ସୁରେନ୍ଦ୍ର ନାଗର

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି (ଏସପି)ର ପୂର୍ବତନ ରାଜ୍ୟସଭା ସାଂସଦ ସଂଜୟ ସେଠ ଏବଂ ସୁରେନ୍ଦ୍ର ସିଂହ ନାଗର ଶନିବାର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଦୁଇ ନେତା କିଛି ଦିନ ତଳେ ଏସପିରୁ ଇସ୍ତଫା ଦେଇଥିଲେ। ଏହାପରେ ଅନୁମାନ କରାଯାଉଥିଲା ଯେ ଉଭୟ ବିଜେପିରେ ଯୋଗଦେଇ ପାରନ୍ତି। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦୁଇ ନେତା ଶନିବାର ନୂଆଦିଲ୍ଲୀଠାରେ ବିଜେପି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି।

ପ୍ରକାଶ ଯେ ଅଗଷ୍ଟ ୨ରେ ସୁରେନ୍ଦ୍ର ନାଗର ରାଜ୍ୟସଭା ସଦସ୍ୟ ଏବଂ ଏସପିରୁ ଇସ୍ତଫା ଦେଇଥିଲେ। କୁହାଯାଉଥିଲ ଯେ ତାଙ୍କ ଇସ୍ତଫା ଯୋଗୁ ଖାଲି ହୋଇଥିବା ଆସନର ଉପନିର୍ବାଚନରେ ବିଜେପି ପୁଣିଥରେ ତାଙ୍କୁ ରାଜ୍ୟସଭାକୁ ପଠାଇବ। ବୁଲନ୍ଦସହରରୁ ନବେ ଦଶକରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଏମଏଲସି ନିର୍ବାଚିତ ହୋଇ ରାଜନୀତିକୁ ପ୍ରବେଶ କରିଥିଲେ ସୁରେନ୍ଦ୍ର ନାଗର। ଏହାପରଠାରୁ ସେ ରାଜ୍ୟ ରାଜନୀତିରେ ନିଜ ଦବଦବା କାଏମ ରଖିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories