www.samajalive.in
Monday, December 15, 2025
27.1 C
Bhubaneswar

କୌଣସି ମହୌଷଧୀରୁ କମ୍ ନୁହେଁ ଅମୃତଭଣ୍ଡା ଓ ଲେମ୍ବୁର ମିଶ୍ରଣ 

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ ଅମୃତଭଣ୍ଡା ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ। ସେହିପରି ଲେମ୍ବୁ ମଧ୍ୟ ଖୁବ୍ ସ୍ବାସ୍ଥ୍ୟ ଉପଯୋଗୀ। ହେଲେ କ’ଣ ଆପଣ ଜାଣନ୍ତି ଏ ଦ୍ବୟର ମିଶ୍ରଣ କୌଣସି ମହୌଷଧୀରୁ କମ୍ ହୋଇ ନ ଥାଏ। ଏ ଦୁଇକୁ ଏକାଠି ସେବନ କରିବା ଦ୍ବାରା ଆମକୁ ଆଶ୍ଚର୍ୟ୍ୟକର ଲାଭ ମିଳିଥାଏ। ଆସନ୍ତୁ ଜାଣିବା ଅମୃତଭଣ୍ଡା ଏବଂ ଲେମ୍ବୁକୁ ଏକାଠି ଖାଇବା ତଥା ପିଇବାର ଲାଭ ବିଷୟରେ –

ଅମୃତଭଣ୍ଡା ଜୁସ୍ ସହ ଲେମ୍ବୁ ରସ ମିଶାଇ ସେବନ କରିବା ଦ୍ବାରା କୋଷ୍ଠକାଠିନ୍ୟ ଏବଂ ପାଚନ କ୍ରିୟା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଅମୃତଭଣ୍ଡା ଏବଂ ଲେମ୍ବୁ ପେଟ, ଆଖି ଏବଂ ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଲେମ୍ବୁ ଓ ଅମୃତଭଣ୍ଡାର ମିଶ୍ରଣରେ ଫସଫରସ୍, ପୋଟାସିୟମ୍, ଆଇରନ୍, ଆଣ୍ଟିଅକ୍ସିଡାଣ୍ଟ, କାର୍ବୋହାଇଡ୍ରେଟ, ପ୍ରୋଟିନ୍, ସୋଡ଼ିୟମ ତଥା ଅନ୍ୟ ଖଣିଜ ଲବଣ ରହିଥାଏ।

- Advertisement -

ମନେ ରଖନ୍ତୁ ଅମୃତଭଣ୍ଡା ଜୁସକୁ ତୁରନ୍ତ ପିଇ ଦେବା ଉଚିତ୍। ଅମୃତଭଣ୍ଡାକୁ ଛୋଟ ଛୋଟ ଟୁକୁରା କରି ଗୋଲମରିଚ ପାଉଡର, ସୈନ୍ଧବ ଲବଣ ଏବଂ ଲେମ୍ବୁ ରସ ସହ ମିଶାଇ ପିଇଲେ ଖାଦ୍ୟ ପ୍ରତି ଅରୁଚି ସମସ୍ୟା ଦୂର ହୋଇଥାଏ ଏବଂ ଖାଦ୍ୟ ସହଜରେ ହଜମ ହୋଇଥାଏ। ଏହା ସହିତ ଏହା ଦ୍ବାରା ତରଳ ଝାଡ଼ା ଏବଂ ପରିସ୍ରା ସମସ୍ୟା ଦୂର ହୋଇଥାଏ।

ଅମୃତଭଣ୍ଡା ଏବଂ ଲେମ୍ବୁ ରସ ଲିଭର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେଣୁ ପ୍ରତିଦିନ ଦୁଇ ଚାମଚ ଅମୃତଭଣ୍ଡା ରସରେ ଅଧା ଚାମଚ ଲେମ୍ବୁ ରସ ମିଶାଇ ପିଅନ୍ତୁ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories