www.samajalive.in
Tuesday, December 9, 2025
19.1 C
Bhubaneswar

୧୪ରେ ଖୋଲିବ ହୀରାକୁଦ ଗେଟ

ସମ୍ବଲପୁର : ହୀରାକୁଦ ଡ଼୍ୟାମର ପ୍ରଥମ ବନ୍ୟାଜଳ ଆସନ୍ତା ୧୪ ତାରିଖରେ ନିଷ୍କାସନ ହେବ। ଦିନ ୧୧ଟା ପରେ ଯେକୌଣସି ସମୟରେ ବନ୍ୟାଜଳ ଛଡ଼ାଯିବ ବୋଲି ହୀରାକୁଦ ଡ଼୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ଶନିବାର ସୂଚନା ଦେଇଛନ୍ତି। ବର୍ଷାର ସ୍ଥିତିକୁ ଦେଖି କେତୋଟି ଗେଟ ଖୋଲାଯିବ ତାହା ୧୪ ତାରିଖରେ ସ୍ଥିର ହେବ। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିବାରୁ ଡ଼୍ୟାମର ଜଳସ୍ତର ବୃଦ୍ଧି ପାଉଛି। ହୀରାକୁଦ ଡ଼୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ । ଜଳସ୍ତର ୬୧୫ ଫୁଟ ଉପରକୁ ଅତିକ୍ରମ କଲେ ବନ୍ୟାଜଳ ନିଷ୍କାସନ କରାଯିବ। ବର୍ତ୍ତମାନ ଡ଼୍ୟାମର ଜଳସ୍ତର ୬୧୦.୮୫ ଫୁଟ ରହିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories