ଅହମ୍ମଦାବାଦ ଥିବା ମହାକାଶ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ

0

ଅହମ୍ମଦାବାଦ: ଅହମ୍ମଦାବାଦ  ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ବା ଇସ୍ରୋର  ସ୍ପେଶ୍‌ ଆପ୍ଲିକେସନ୍‌ କେନ୍ଦ୍ରରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।  ଏହାର ଯନ୍ତ୍ରାଶଂ ରହିଥିବା ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି ।  ଦମକଳ ବାହିନୀର ୭ଟି ଗାଡି ମିଶି ନିଆଁକୁ ଆୟତ କରିଛନ୍ତି ।  କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବାହିନୀର ବା ସିଆଇଏସ୍‌ଏଫ୍‌ର ଜଣେ ଯବାନ ଏହି ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି ।

ଏହି ଅଗ୍ନିକାଣ୍ଡ ପରେ ଅହମ୍ମଦାବାଦର ଜିଲାପାଳଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଜଣା ପଡି ନାହିଁ । ବିକ୍ରମ ସରାଭାଇ ଏହି କେନ୍ଦ୍ରକୁ ସ୍ଥାପନ କରିଥିଲେ ।

Leave A Reply