ଲକ୍ଷ୍ମଣ ଝୁଲା ପରେ ଏବେ ଋଷିକେଶରେ ବନ୍ଦ ହେବ ରାମ ଝୁଲା ପୋଲ!

ଡେରାଡୁନ : ଋଷିକେଶରେ ୯୦ ବର୍ଷ ପୁରୁଣା ଲକ୍ଷ୍ମଣ ଝୁଲା ପୋଲ ବନ୍ଦ ହେବା ପରେ ଏବେ ପୂର୍ତ୍ତ ବିଭାଗ ଏବେ ରାମ ଝୁଲା ପୋଲ ସ୍ଥିତିକୁ ବପଦଜନକ କହିଛି। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ବିପଦସଂକୁଳ ସ୍ଥିତି ଯୋଗୁଁ ଆଗକୁ ରାମ ଝୁଲା ପୋଲ ବନ୍ଦ ହେବ ବୋଲି ଆଶଙ୍କା କରାଯାଉଛି।

prayash

ରିପୋର୍ଟରେ କୁହାଯାଇଛି ଯେ ଏହି ପୋଲ ଦେଇ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଏବଂ କାଉଡ଼ିଆ ଯାତାୟତ କରୁଛନ୍ତି। ଳକ୍ଷ୍ମଣ ଝୁଲା ପୋଲ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବା ପରେ ରାମ ଝୁଲା ପୋଲରେ ଚାପ ବଢିବାରେ ଲାଗିଛି। ରାମ ଜୁଲା ପୋଲର ନିର୍ମାଣ ୧୯୮୫ ମାର୍ଚ୍ଚ ୨୭ରେ ଆରମ୍ଭ ହୋଇଥିଲା। ବର୍ଷେ ପରେ ଏହି ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସାଧାରଣ ଲୋକଙ୍କ ପାଇଁ ୧୯୮୬ ଅପ୍ରେଲ ୫ରେ ପୋଲର ଉଦଘାଟନ କରାଯାଇଥିଲା। ୨୨୦ ମିଟର ଲମ୍ବା ଏହି ପୋଲ ଗଙ୍ଗା ନଦୀର ପୂର୍ବ ଦିଗରେ ସ୍ୱର୍ଗ ଆଶ୍ରମ ଏବଂ ପଶ୍ଚିମଦିଗରେ ଶିବାନନ୍ଦ ଆଶ୍ରମକୁ ସଂଯୋଗ କରୁଛି। ଶ୍ରାବଣ ମାସରେ ଏହି ପୋଲ ଦେଇ ଲକ୍ଷାଧିକ ଲୋକ ଯାତାୟତ କରିଥାନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟରେ ଏହି ପୋଲ ଉପରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛି। ଋଷିକେଶ ପର୍ଯ୍ୟଟନ ମାନଚିତ୍ରରେ ରାମ ଝୁଲା ପୋଲର ଏକ ସ୍ବତନ୍ତ୍ର ପରିଚୟ ରହିଛି  । ଏହି ପୋଲ ଉପରେ ଅନେକ ଚଳଚ୍ଚିତ୍ର ଗୀତ ଶୁଟିଂ ହୋଇଛି । ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଛି।

ପ୍ରକାଶ ଯେ ଜୁଲାଇ ୧୩ରୁ ଲକ୍ଷ୍ମଣ ଝୁଲା ପୋଲକୁ ବନ୍ଦ କରିଦିଆଯାଇଛି। ୧୯୨୯ରେ ବ୍ରିଟିଶ ଶାସନ କାଳରେ ଏହାକୁ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଇଥିଲା । ଏହି ପୋଲଟି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଏବଂ ମରାମତି ଅଭାବରୁ ପୋଲଟି ଦୁର୍ବଳ ହୋଇପଡିଥିବାରୁ ଏହାକୁ ଆଉ ଅଧିକ ଦିନ କାର୍ଯ୍ୟରେ ଲଗାଇ ରଖିବା ସମ୍ଭବ ନୁହେଁ ବୋଲି ଏକ ବିଶେଷଜ୍ଞ କମିଟି ମତ ଦେବା ପରେ ଝୁଲାଟିକୁ ବନ୍ଦ କରି ଦିଆଯାଇଛି। ଏହାର ବିଭିନ୍ନ ଅଂଶ ବିପଦଶଙ୍କୁଳ ଅବସ୍ଥାରେ ଥିଲା।

kalyan agarbati

Comments are closed.