ତଲସିଲଦାରଙ୍କ ଘରୁ ୯୩ ଲକ୍ଷ ଟଙ୍କା ଓ ସୁନାଗହଣା ଜବତ

ହାଇଦରାବାଦ : ତେଲଙ୍ଗାନାର ରାଙ୍ଗାରେଡ୍ଡି ଜିଲାରେ ଜଣେ ତହସିଲଦାରଙ୍କ ଘରୁ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଅଧିକାରୀମାନେ ୯୩.୫ଲକ୍ଷ ନଗଦ ଟଙ୍କା ଓ ସୁନାଗହଣା ଜବତ କରିଛନ୍ତି। ରିପୋର୍ଟ ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ତହସିଲଦାର ଭି ଲାବଣ୍ୟଙ୍କ ଘରେ ଏସିବି ଅଧିକାରୀମାନେ ଚଢଉ କରିଥିଲେ। ଚଢଉ ବେଳେ ଟଙ୍କା ସହିତ ସୁନା ଗହଣା ଓ ସୁନା ଖଣ୍ଡ (ବାର) ଜବତ କରାଯାଇଥିଲା। ଲାବଣ୍ୟଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି। ଉକ୍ତ ତଲସିଲଦାରଙ୍କ ପକ୍ଷରୁ ୪ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଏସିବି ଜଣେ ଗାଁ ରାଜସ୍ବ ଅଧିକାରୀ (ଆରଆଇ)ଙ୍କୁ ଗିରଫ କରିଥିଲେ। ଆରଆଇ ଜଣଙ୍କ କେଶାମପେଟରେ ନିଯୁକ୍ତ ଥିଲେ। ଆରଆଇଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି।

kalyan agarbati

Comments are closed.