ବଲିଉଡ୍ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ଧମକ
ମୁମ୍ବାଇ: ବଲିଉଡ୍ରେ କଣ୍ଠଶିଳ୍ପୀ ଭାବେ ବେଶ୍ ପ୍ରତିଷ୍ଠା ଲାଭ କରିଥିବା ଓଡିଆ ଝିଅ ସୋନା ମହାପାତ୍ରଙ୍କୁ ତାଙ୍କ ଗୀତ ‘ତୋରି ସୁରତ’ ପାଇଁ ଧମକ ଦିଆଯାଇଛି । ମଦାରିୟା ସୁଫି ଫାଉଣ୍ଡେସନ୍ ନାମକ ସଂଗଠନ ତାଙ୍କୁ ଇ ମେଲ ଜରିଆରେ ଧମକ ଦେଇଥିବା ସୋନା ପ୍ରକାଶ କରିଛନ୍ତି । ଲାଲ ପରି ମସ୍ତାନି ନାମକ ଆଲବମ୍ରେ ତୋରି ସୁରତ ଗୀତ ରହିଛି । ଏହି ସୁଫି ଗୀତଟି ଅମୀର ଖୁସରାଉ , ନିଜାମୁଦ୍ଦିନ ଅଉଲିଆଙ୍କ ପାଇଁ ଲେଖିଥିଲେ ।
ତୋରି ସୁରତରେ ସୋନା ମହାପାତ୍ର ଅଶୀଳ୍ଳ ପୋଷାକ ପିନ୍ଧିଥିବା ଏହି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିପାଇଁ ସଂଗଠନ ପକ୍ଷରୁ ସୋନାଙ୍କୁ ନୋଟିସ୍ ଦିଆଯାଇଥିଲା । ମାତ୍ର ସେମାନେ ଏହାର ଉତ୍ତରକୁ ଅପେକ୍ଷା ନକରି ଇ ମେଲ୍ ମାଧ୍ୟମରେ ଧମକ କଦେଇଥିବା ସୋନା ମୁମ୍ବାଇର ସାନ୍ତାକ୍ରୁଜ ଥାନାରେ ଅଭିଯୋଗ କରିଛନ୍ତି । ଏହି ଗୀତଟି କେନ୍ଦ୍ରୀୟ ସିନେମା ପ୍ରମାଣପତ୍ର ହାସଲ କରିଛି । ଏପରିକି ସେନା ୫ ବର୍ଷ ତଳେ ଗାଇଥିବା ଏକ ଗୀତକୁ ନେଇ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି ।
Dear @MumbaiPolice I have received a threatening notice from the Madariya Sufi Foundation to remove my music video Tori Surat from all communication mediums. They claim that the video is vulgar,will flare communal tensions.I need to know whom to write in my response to at ur end
— SONA (@sonamohapatra) 30 April 2018
Respected @CPMumbaiPolice , I have been sent a threatening email notice from the Madariya Sufi Foundation demanding that I take down a music video that has been passed by the censor board of India & I would like to forward the same to your official email id along with my response
— SONA (@sonamohapatra) 30 April 2018