ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ଧମକ

0

ମୁମ୍ବାଇ:  ବଲିଉଡ୍‌ରେ କଣ୍ଠଶିଳ୍ପୀ ଭାବେ  ବେଶ୍‌ ପ୍ରତିଷ୍ଠା ଲାଭ କରିଥିବା ଓଡିଆ ଝିଅ ସୋନା ମହାପାତ୍ରଙ୍କୁ ତାଙ୍କ ଗୀତ ‘ତୋରି ସୁରତ’ ପାଇଁ ଧମକ ଦିଆଯାଇଛି । ମଦାରିୟା ସୁଫି ଫାଉଣ୍ଡେସନ୍‌ ନାମକ ସଂଗଠନ ତାଙ୍କୁ ଇ ମେଲ ଜରିଆରେ ଧମକ ଦେଇଥିବା ସୋନା ପ୍ରକାଶ କରିଛନ୍ତି ।  ଲାଲ ପରି ମସ୍ତାନି ନାମକ ଆଲବମ୍‌ରେ ତୋରି  ସୁରତ  ଗୀତ ରହିଛି ।  ଏହି ସୁଫି ଗୀତଟି ଅମୀର ଖୁସରାଉ , ନିଜାମୁଦ୍ଦିନ ଅଉଲିଆଙ୍କ ପାଇଁ ଲେଖିଥିଲେ ।

ତୋରି ସୁରତରେ ସୋନା ମହାପାତ୍ର ଅଶୀଳ୍ଳ ପୋଷାକ ପିନ୍ଧିଥିବା ଏହି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ।  ଏଥିପାଇଁ ସଂଗଠନ ପକ୍ଷରୁ ସୋନାଙ୍କୁ ନୋଟିସ୍‌ ଦିଆଯାଇଥିଲା । ମାତ୍ର ସେମାନେ ଏହାର ଉତ୍ତରକୁ ଅପେକ୍ଷା ନକରି ଇ ମେଲ୍‌ ମାଧ୍ୟମରେ ଧମକ କଦେଇଥିବା ସୋନା ମୁମ୍ବାଇର ସାନ୍ତାକ୍ରୁଜ ଥାନାରେ ଅଭିଯୋଗ କରିଛନ୍ତି । ଏହି ଗୀତଟି  କେନ୍ଦ୍ରୀୟ ସିନେମା ପ୍ରମାଣପତ୍ର ହାସଲ କରିଛି ।  ଏପରିକି ସେନା ୫ ବର୍ଷ ତଳେ ଗାଇଥିବା ଏକ ଗୀତକୁ ନେଇ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି ।

Leave A Reply