କେନ୍ଦୁଝରଗଡ଼: ଶତାୟୁ ଖବରକାଗଜ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ପରିପ୍ରେକ୍ଷୀରେ ଜୁଲାଇ ୬ରୁ ୧୩ତାରିଖ ରାଜ୍ୟବ୍ୟାପୀ ପିତୃ ମାତୃ ସେବା ସପ୍ତାହ ପାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ କେନ୍ଦୁଝର ‘ସମାଜ’ ପରିବାର ପକ୍ଷରୁ ରୋଟାରୀ ଭବନ କେନ୍ଦୁଝରଠାରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୪୪ ୟୁନିଟ ରକ୍ତ ସଂଗ୍ରହ କରାଯାଇ ମାନବସେବା ନିମନ୍ତେ ଜିଲା ରକ୍ତଭଣ୍ଡାରକୁ ପଠାଇ ଦିଆଯାଇଛି। ଏହି ଶିବିରକୁ କେନ୍ଦୁଝରଗଡ଼ ନଗରପାଳ ନିକୁ ସାହୁ, ଉପନଗରପାଳ ବରଦାପ୍ରସନ୍ନ ସାହୁ, ବିଶିଷ୍ଟ ସମାଜସେବୀ ସେବତୀ ସିଂହ, ଦାନୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ଇଂ ବସନ୍ତ କୁମାର ଦାନୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମାଜସେବୀ ଶ୍ରୀମତୀ ସିଂହ ନିଜେ ପ୍ରଥମେ ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଲୋକସଭା ସଦସ୍ୟ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚରଣ ନାଏକ, କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖା ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ବିନ୍ଦୁ, ବ୍ରହ୍ମାକୁମାରୀ ପ୍ରତିଭା, ମୁକୁନା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜୟନ୍ତୀ ଥାଟୋଇ, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ବିଜେପି ପୂର୍ବତନ ଜିଲା ସଭାପତି ରାଧାକାନ୍ତ ମହାନ୍ତ, ସିଟିଜି ଫାଉଣ୍ଡେସନ ଚେୟାରମ୍ୟାନ ରାଜେନ୍ଦ୍ର କୁମାର ପଲେଇ, ଗୋନାସିକା ମହାବିଦ୍ୟାଳୟ ଚେୟାରମ୍ୟାନ ରାଜଶ୍ରୀ ଖଟୋଇ, ରୋଟାରୀ କ୍ଲବ କେନ୍ଦୁଝରର ସଭାପତି ରାଜଲକ୍ଷ୍ମୀ ସ୍ୱାଇଁ, ରୋଟାରିଆନ ଇଂ ଦେବବ୍ରତ ସ୍ୱାଇଁ, ଡାକ୍ତର ସଞ୍ଜୀବ କୁମାର ଓତା, ସୁରେନ୍ଦ୍ରନାଥ ପଟ୍ଟନାୟକ, ବିଜୟନାଥ କାପୁର, ରିତୁ କାପୁର, ପ୍ରଶାନ୍ତ କୁମାର ସ୍ୱାଇଁ, ମିନତୀ ମହାପାତ୍ର, ତଦାଶା ସମ୍ପାଦକ ଅକ୍ଷୟ କୁମାର ଚକ୍ର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଣିଆପାଟର ଆଚାର୍ଯ୍ୟ ବିଦ୍ୟାଧର ମହାନ୍ତ, ଘରୋଇ ବସ୍ ମାଲିକ ସଂଘ କେନ୍ଦୁଝରର ପୂର୍ବତନ ସଭାପତି ମନୋରଞ୍ଜନ ସାହୁ, ଜିଲା ରେଡକ୍ରସ୍ ଯୁଗ୍ମସମ୍ପାଦକ ଏ.ଆର.ଖାନ, ଶିକ୍ଷକ ଶାନ୍ତନୁ କୁମାର ମହାପାତ୍ର, ପ୍ରଗତିଶୀଳ ନାଗରିକ ମଞ୍ଚ ଉପସଭାପତି ଭରତ ଚନ୍ଦ୍ର ପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ନିଜେ ରକ୍ତଦାନ କରିବା ସହ ଏଭଳି ମହତ୍ କାର୍ଯ୍ୟରେ ସାମିଲ ହୋଇଥିବାରୁ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
‘ସମାଜ’ ପ୍ରତିନିଧି ଜ୍ଞାନରଞ୍ଜନ ମିଶ୍ର ଓ ସତ୍ୟ ନାରାୟଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜିଲା ଭାରପ୍ରାପ୍ତ ରକ୍ତକେନ୍ଦ୍ର ଅଧିକାରୀ ଡାକ୍ତର ପ୍ରତୀକ ସାହୁ, ଜନସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସାହୁ, କର୍ମଚାରୀ ପ୍ରମୋଦ ଦାସ, ଗୌରୀ ଶଙ୍କର ମଲ୍ଲିକ ଓ ଯତୀନ ସେଠୀ ପ୍ରମୁଖ ରକ୍ତ ବର୍ଗୀକରଣ ଓ ରକ୍ତ ସଂଗ୍ରହରେ ସହାୟତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ସମାଜ କାର୍ଯ୍ୟାଳୟ ଭାରପ୍ରାପ୍ତ ଶାଖା ପରିଚାଳକ ଦେବାଶିଷ ମିଶ୍ର, ସହସମ୍ପାଦକ ମନମୋହନ ସ୍ୱାଇଁ, ସିଷ୍ଟମ ଅପରେଟର ପବିତ୍ର ବେହେରା, କେନ୍ଦୁଝର ସଦର ପ୍ରତିନିଧି ବିଜୟ କୁମାର ମିଶ୍ର, ପାଟଣା ପ୍ରତିନିଧି ନୃସିଂହନାଥ ସିଂହ, ବାଂଶପାଳ ପ୍ରତିନିଧି ରଶ୍ମୀକାନ୍ତ ବେହେରା, କେଶଦୁରାପାଳ ପ୍ରତିନିଧି ରତିକାନ୍ତ ସାହୁ, ଯୋଡା ପ୍ରତିନିଧି ପ୍ରକାଶ ଚନ୍ଦ୍ର ମହାନ୍ତି ଓ ସହାୟକ ତାରିଣୀ ଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ରହି ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।



