www.samajalive.in
Tuesday, December 9, 2025
19.1 C
Bhubaneswar

କେନ୍ଦୁଝର ରଥଯାତ୍ରା: ମାଉସୀମା ମନ୍ଦିରରେ ପହଞ୍ଚିଲା ନନ୍ଦିଘୋଷ, ରାତିରେ ଜନ୍ମବେଦୀକୁ ବିଜେ

କେନ୍ଦୁଝରଗଡ଼: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସୋମବାର ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଦୀର୍ଘ ୫୨ବର୍ଷ ପରେ ମହାପ୍ରଭୁଙ୍କ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ବେଶ ସାଙ୍ଗକୁ ରାଥାରୂଢ଼ ତିନିଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ରବିବାର ମାତ୍ର ଅଳ୍ପ କିଛି ରାସ୍ତା ପରେ ରଥଟଣା ବନ୍ଦ ରହିଥିଲା। ସୋମବାର ସକାଳୁ ରଥାରୂଢ଼ ତିନିଠାକୁରଙ୍କ ଯଥାବିଧି ପୂଜାର୍ଚ୍ଚନା ପରେ ପୂର୍ବାହ୍ନ ୧୦ଟା ୨୦ମି.ରେ ରତଟଣା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୧୫ମି.ରେ ରଥ ସୁରୁଖୁରୁରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ସତ୍ତ୍ବେ ଜୟ ଜଗନ୍ନାଥ ଧ୍ୱନିରେ ହଜାର ହଜାର ଭକ୍ତ ବିଶ୍ୱର ସର୍ବୋଚ୍ଚ ରଥ ନନ୍ଦିଘୋଷକୁ ଟାଣିଟାଣି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚାଇଥିଲେ। ଏହାପରେ ରଥାଋଢ଼ ତିନିଠାକୁର ଦିନତମାମ ଭକ୍ତଙ୍କୁ ରଥ ଉପରେ ଦର୍ଶନ ଦେବାପରେ ନୂତନ ଭାବେ ନିର୍ମିିତ ଗୁଣ୍ଡିଚା ମନ୍ଦିରର ପୂଜାର୍ଚ୍ଚନା ପରେ ରାତି ପ୍ରାୟ ୧୦ଟାରେ ବଡଭାଇ ବଳଦେବ ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗରେ ନେଇ ପ୍ରଭୁ ଜଗନ୍ନାଥ ଜନ୍ମବେଦୀକୁ ଯିବା ଦୃଶ୍ୟ ଖୁବ୍‌‌ ନିଆରା ଥିଲା। ଦେବୋତ୍ତର ବିଭାଗ ଅଧିକାରୀ ତଥା ଭାରପ୍ରାପ୍ତ କେନ୍ଦୁଝର ଉପଜିଲାପାଳ ସୌମ୍ୟସାର୍ଥକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ଜିଲାପାଳ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଓ ଡିଏଫଓ ଧନରାଜ ଏଚ.ଡି ପ୍ରମୁଖ ଉପସ୍ଥିତ ରହି ରଥ କିଭଳି ଗୁଣ୍ଡିଚା ମନ୍ଦିରରେ ସୁରୁଖୁରୁରେ ପହଞ୍ଚିବେ ତାହାର ତଦାରଖ କରିଥିଲେ। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇଦିନ ଧରି ଅନୁଷ୍ଠିତ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରାଯାଇଥିଲା। ପବିତ୍ର ରଥଯାତ୍ରା ଉପଲକ୍ଷେ ରବିବାର ସନ୍ଧ୍ୟାରୁ ଆସନ୍ତା ୧୭ତାରିଖ ସୁନାବେଶ ପର୍ଯ୍ୟନ୍ତ ବଡଦାଣ୍ଡରେ ପ୍ରତି ସନ୍ଧ୍ୟାରେ ୧୧ଦିନବ୍ୟାପୀ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ସ୍ଥାନୀୟ ତଥା ଜିଲା ବାହାରର କଳାକାରଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ରାୟ ଜଣାଇଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories