ଗୌଡ଼ଥୁଆଗୁଡା ଠାରେ ଜଙ୍ଗଲୀ ହାତୀ ଉପଦ୍ରବ, ଅଙ୍ଗନବାଡି କେନ୍ଦ୍ରର ଘର ଭାଙ୍ଗିଲେ

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଲାଞ୍ଜିଗଡ଼ ସେକ୍ସନ ସ୍ଥିତ ତ୍ରିଲୋଚନପୁର ପଞ୍ଚାୟତ ଗୌଡ଼ଥୁଆଗୁଡା ଗାଁରେ ଗତ ରବିବାର ରାତିରେ ୧୦ ଟିକିଆ ଜଙ୍ଗଲୀ ହାତୀପଲ ଆସି ଅଙ୍ଗନବାଡି କେନ୍ଦ୍ରର ଘର ଭାଙ୍ଗିବା ସହିତ କେନ୍ଦ୍ରରେ ଥିବା ପିଲାଙ୍କ ଖାଦ୍ୟ ନଷ୍ଟ କରିଦେଇଛନ୍ତି । ଏହାସହିତ ହାତୀମାନଙ୍କ ଉପଦ୍ରବ ତ୍ରିଲୋଚନପୁର ଅଞ୍ଚଳରେ ଦେଖିବାକୁ ମିଳିଛି ।

ଅନେକ ସମୟରେ ହାତୀର ଉପଦ୍ରବ ଯୋଗୁଁ ଅନେକ ଲୋକଙ୍କ ଧନଜୀବନ ନଷ୍ଟ ହେଉଛି। କେବେ କାହା ଘର ଭାଙ୍ଗୁଛନ୍ତିତ କେବେ କାହା ଚାଷ ଦଳିମକଚି ଦେବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଭଳି ଘଟିଛି ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ ଗୌଡ଼ ଥୁଆ ଠାରେ।ଗତ ରାତିରେ ଦଶରୁ ବାରଟି ହାତୀପଲ ଗୌଡ଼ଥୁଆଗୁଡାକୁ ଆସି ଅଙ୍ଗନବାଡ଼ି କେନ୍ଦ୍ର ଓ ବାଡ ଭାଙ୍ଗିଦେଇ ଥିବା ଦେଖିବାକୁ ମିଳିଛି। ହାତୀର ଗର୍ଜନ ଶୁଣି ରାତିରେ ଗ୍ରାମବାସୀ ହାତୀ ଭୟରେ କିଏ ହେଲେ ଘରୁ ବାହାରି ହାତୀ ଘଉଡ଼ାଇବାକୁ ସାହାସ କରି ନଥିଲେ। ଆଜି ସକାଳୁ ଗ୍ରାମବାସୀ ଗ୍ରାମର ଅଙ୍ଗନବାଡି କେନ୍ଦ୍ରର ଘର କାନ୍ଥ, ଝରକା ଭାଙ୍ଗିବା ସମେତ ଶିଶୁମାନଙ୍କ ପାଇଁ କେନ୍ଦ୍ରରେ ଥିବା ଖାଦ୍ୟ ସାମଗ୍ରୀ ନଷ୍ଟ କରିଦେଇଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ।ହାତୀ ଉପଦ୍ରଵ ଖବର ପାଇ ଲାଞ୍ଜିଗଡ ବନ ବିଭାଗ ପକ୍ଷରୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି।

Comments are closed.