www.samajalive.in
Friday, December 5, 2025
20.1 C
Bhubaneswar

ସୁରକ୍ଷା ପାଇଁ ହିନ୍ଦୁ ସମାଜକୁ ଏକଜୁଟ ହେବାକୁ ପଡ଼ିବ – ଆରଏସଏସ ମୁଖ୍ୟ ମୋହନ ଭାଗବତ

ଡେସ୍କ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଶନିବାର ହିନ୍ଦୁ ସମାଜର ସୁରକ୍ଷା ପାଇଁ ଭାଷା, ଜାତି ଓ ପ୍ରଦେଶର ମତଭେଦ ଏବଂ ବିବାଦକୁ ଦୂର କରି ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ବରଣ ନଗରଠାରେ ଏକ ସ୍ୱେଚ୍ଛାସେବୀ ସମାବେଶକୁ ସମ୍ବୋଧିତ କରି ଭାଗବତ କହିଛନ୍ତି ଯେ ଆଚରଣରେ ଶୃଙ୍ଖଳା, ରାଷ୍ଟ୍ର ପ୍ରତି କର୍ତ୍ତବ୍ୟ ଏବଂ ଲକ୍ଷ୍ୟ ଭିତ୍ତିକ ହେବାର ଗୁଣ ରହିବା ଜରୁରୀ ।

ସୁରକ୍ଷା ପାଇଁ ହିନ୍ଦୁ ସମାଜକୁ ଭାଷା, ଜାତି ଓ ପ୍ରଦେଶର ମତଭେଦ ଓ ବିବାଦକୁ ଦୂର କରି ଏକଜୁଟ ହେବାକୁ ପଡ଼ିବ। ସମାଜ ଏପରି ହେବା ଦରକାର ଯେଉଁଥିରେ ସଂଗଠନ, ସଦଭାବନା ଓ ନିବିଡ଼ତାର ଆବଶ୍ୟକତା ରହିଛି। ସେ କହିଛନ୍ତି, ସମାଜ କେବଳ ମୁଁ ଏବଂ ମୋ ପରିବାର ଦ୍ୱାରା ଗଠିତ ନୁହେଁ; ବରଂ ସମାଜ ପାଇଁ କାର୍ଯ୍ୟ କରି ଜୀବନରେ ଭଗବାନଙ୍କୁ ପାଇପାରିବା ବୋଲି ଶ୍ରୀ ଭାଗବତ କହିଛନ୍ତି।

- Advertisement -

ଭାରତ ଏକ ‘ହିନ୍ଦୁ ରାଷ୍ଟ୍ର’ ଏବଂ ହିନ୍ଦୁ ଶବ୍ଦଟି ଦେଶରେ ବସବାସ କରୁଥିବା ‘ସବୁ ସମ୍ପ୍ରଦାୟ’ ଲୋକଙ୍କ ପାଇଁ ବ୍ୟବହୃତ ହେଉଥିଲା ବୋଲି ଶ୍ରୀ ଭାଗବତ କହିଛନ୍ତି। ସେ କହିଛନ୍ତି, ଆମେ ପ୍ରାଚୀନ କାଳରୁ ଏଠାରେ ରହୁଛୁ, ଯଦିଓ ହିନ୍ଦୁ ନାମ ପରବର୍ତ୍ତୀ ସମୟରେ ଆସିଥିଲା। ଏଠାରେ ବସବାସ କରୁଥିବା ଭାରତର ସମସ୍ତ ସମ୍ପ୍ରଦାୟ ପାଇଁ ହିନ୍ଦୁ ବ୍ୟବହାର କରାଯାଉଥିଲା। ହିନ୍ଦୁମାନେ ସମସ୍ତଙ୍କୁ ନିଜର ବୋଲି ଭାବି ସମସ୍ତଙ୍କୁ ଗ୍ରହଣ କରନ୍ତି।

ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହାର କାର୍ଯ୍ୟ କେବଳ ଯାନ୍ତ୍ରିକ ନୁହେଁ ବରଂ ଚିନ୍ତାଭିତ୍ତିକ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସଂଘ କାହା ସହ ତୁଳନୀୟ ନୁହେଁ। ସଙ୍ଘର ମୂଲ୍ୟବୋଧ ସଙ୍ଘ ନେତାଙ୍କଠାରୁ ସ୍ବେଚ୍ଛାସେବୀ ଏବଂ ସେମାନଙ୍କଠାରୁ ସ୍ୱେଚ୍ଛାସେବୀଙ୍କ ପରିବାର ସଦସ୍ୟଙ୍କ ପର୍ଯ୍ୟନ୍ତ ଯାଇଥାଏ। ଏହା ସଂଘରେ ବ୍ୟକ୍ତିତ୍ୱ ବିକାଶର ପଦ୍ଧତି ବୋଲି ଭାଗବତ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories