www.samajalive.in
Wednesday, December 10, 2025
15.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଉପଯୋଗୀ କଲରା

କଲରା ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗି ନଥାଏ। ଏହାର ସ୍ବାଦ ପିତା ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଉପକାରୀ ଅଟେ। କଲରା ଭଜା, ତରକାରୀ, ଜୁସ ଇତ୍ୟାଦିକୁ ସମସ୍ତେ ସେବନ କରିଥାଆନ୍ତି। କଲରାରେ ପର୍ଯ୍ୟାପ୍ତ ପରିମାଣରେ ଆଇରନ, ମ୍ୟାଗ୍ନେସିୟମ ଓ ଭିଟାମିନ-ସି ପୋଷକ ତତ୍ତ୍ବ ରହିଛି। ଆସନ୍ତୁ ଜାଣିବା କଲରା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ :

ମଧୁମେହ ରୋଗୀଙ୍କ ପାଇଁ ଲାଭକାରୀ :

- Advertisement -

ଇନସୁଲିନର ସ୍ତର ଶରୀରରେ କମ ହୋଇଗଲେ ମଧୁମେହ ସମସ୍ୟା ଦେଖା ଦେଇଥାଏ। କଲରା ଜୁସ ପିଇବା ଦ୍ବାରା ରକ୍ତ ଶର୍କରାର ସ୍ତର ନିୟନ୍ତ୍ରିତ ହୋଇ ରହିଥାଏ। ଏହି କାରଣରୁ କଲରା ଜୁସ ମଦୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ।

ଖରାପ କୋଲେଷ୍ଟ୍ରୋଲର ସ୍ତର କମାଇଥାଏ :

କଲରା ଜୁସ ପିଇବା ଦ୍ବାରା ଶରୀରରୁ ଖରାପ କୋଲେଷ୍ଟ୍ରୋଲ ସ୍ତର କମ ହୋଇଥାଏ। ଏହାଦ୍ବାରା ରକ୍ତଚାପର ସ୍ତର ନିୟନ୍ତ୍ରିତ ହୋଇ ରହିଥାଏ। କଲରା ଜୁସ ପିଇବା ଦ୍ବାରା ହୃଦୟ ସମ୍ପର୍କିତ ରୋଗ ହେବାର ସମ୍ଭାବନା କମ ରହିଥାଏ।

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ :

କଲରାରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡେଣ୍ଟସ ପରି ଭିଟାମିନ- ଏ ଓ ସି ରହିଛି। ଏହାସହ ଜିଙ୍କ ପରି ଅନେକ ପୋଷକ ତତ୍ତ୍ବ ରହିଛି। କଲରା ଜୁସ ପିଇବା ଦ୍ବାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଦାଗ ମଧ୍ୟ ଛାଡି ଯାଇଥାଏ।

ଯକୃତ ପାଇଁ ଲାଭଦାୟକ :

କଲରା ଜୁସ ପିଇବା ଦ୍ବାରା ଯକୃତ ସୁସ୍ଥ ରହିଥାଏ। ଏହାକୁ ପିଇବା ଦ୍ବାରା ଯକୃତରୁ ଅପରିଷ୍କାର ବାହାରି ଶରୀର ସୁସ୍ଥ ରହିଥାଏ। ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମାନେ ନିୟମିତ କଲରା ଜୁସ ପିଇବା ଉଚିତ। ଏହା ସେମାନଙ୍କ ପାଇଁ ଖୁବ ଲାଭଦାୟକ ହୋଇଥାଏ।

ଓଜନ କମ କରିଥାଏ :

କଲରାରେ କାର୍ବୋହାଇଡ୍ରେଟ ଓ କ୍ୟାଲୋରୀ ଖୁବ କମ ପରିମାଣରେ ରହିଛି। ତେଣୁ ଓଜନ କମ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ କଲରା ଜୁସ ପିଇବା ଉଚିତ। ଏହାଦ୍ବାରା ଓଜନ ନିୟନ୍ତ୍ରଣ ହୋଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories