www.samajalive.in
Sunday, December 7, 2025
26.1 C
Bhubaneswar

ଜାଣନ୍ତୁ, ହିନ୍ଦୁ ଧର୍ମରେ ଥିବା କିଛି ପରମ୍ପରାର ମହତ୍ତ୍ବ ସମ୍ବନ୍ଧରେ …

ହିନ୍ଦୁଧର୍ମରେ ଅନେକ ପରମ୍ପରା ରହିଛି। ସେହି ପରମ୍ପରାକୁ ମାନି ଚଳିବା ଦ୍ବାରା ଜୀବନରେ ଉନ୍ନତି ହୋଇଥାଏ। ହିନ୍ଦୁ ଧର୍ମରେ ରହିଥିବା ପରମ୍ପରା ସବୁଠାରୁ ଭିନ୍ନ। ତେବେ ଆସନ୍ତୁ ଜାଣିବା ହିନ୍ଦୁ ଧର୍ମରେ ରହିଥିବା କିଛି ପରମ୍ପରା ସମ୍ବନ୍ଧରେ ..

ସିନ୍ଦୂର ଲଗାଇବାର ଉପକାରିତା :

- Advertisement -

ହିନ୍ଦୁ ଧର୍ମରେ ବିବାହିତ ମହିଳାମାନେ ମଥାରେ ସିନ୍ଦୂର ଲଗାଇ ଥାଆନ୍ତି। ସିନ୍ଦୂର ସହ ମହିଳାମାନଙ୍କର ମହତ୍ତ୍ବପୂର୍ଣ୍ଣ ସମ୍ବନ୍ଧ ରହିଛି। ହଳଦୀ, ଚୂନ ଓ ଧାରା ପାରାରେ ପ୍ରସ୍ତୁତ ହୋଇଥିବା ସିନ୍ଦୂର ଲଗାଇବା ଦ୍ବାରା ମହିଳାଙ୍କ ଶରୀରରେ ରକ୍ତ ସଠିକ ଭାବେ ପ୍ରବାହିତ ହୋଇଥାଏ। ସିନ୍ଦୂର ଲଗାଇବା ଦ୍ବାରା ଚିଡଚିଡାପଣ ଓ ଚିନ୍ତାପଣ ଦୂର ହୋଇଥାଏ।

ଅଶ୍ବତ୍ଥ ବୃକ୍ଷ ପୂଜାର ମହତ୍ତ୍ବ :

ହିନ୍ଦୁ ଧର୍ମରେ ଅଶ୍ବତ୍ଥ ବୃକ୍ଷ ପୂଜା କରିବାର ବିଶେଷ ମହତ୍ତ୍ବ ରହିଛି। ଏହି ବୃକ୍ଷ ମନୁଷ୍ୟକୁ ଛାୟା ପ୍ରଦାନ କରିବା ବ୍ୟତୀତ ଅଳ୍ପ କାମରେ ଆସିଥାଏ। କିନ୍ତୁ ଏହି ବୃକ୍ଷକୁ ପୂଜା କରିବା ଦ୍ବାରା ଶୁଭଫଳ ମିଳିଥାଏ। ବୈଜ୍ଞାନିକ ଦୃଷ୍ଟି କୋଣରୁ ରାତିରେ  ଅଶ୍ବତ୍ଥ ବୃକ୍ଷ ଅଧିକ ମାତ୍ରାରେ ଅମ୍ଳଜାନ ନିର୍ଗତ କରିଥାଏ। ଏହା ମନୁଷ୍ୟ ପାଇଁ ଉତ୍ତମ ଅଟେ।

ମୂର୍ତ୍ତି ପୂଜାର ମହତ୍ତ୍ବ :

ଭାରତରେ ମୂର୍ତ୍ତି ପୂଜାର ଅନେକ ମହତ୍ତ୍ବ ରହିଛି। ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। କୁହାଯାଇଛି ଯେ, ମୂର୍ତ୍ତି କିମ୍ବା ଫଟୋ ପୂଜା କରିବା ଦ୍ବାରା ଭଗବାନଙ୍କ ଆଶୀର୍ବାଦ ମିଳିଥାଏ। ଯେକୌଣସି ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ପୂଜା କରିବା ବେଳେ ସର୍ବଦା ହାତ ଯୋଡି ପ୍ରାର୍ଥନା କରିବା ଉଚିତ। ଏହାସହ ଏକାଗ୍ରତା ଓ ନିଜକୁ ନିୟନ୍ତ୍ରିତ ରଖି ପୂଜାରେ ଧ୍ୟାନ ଦେବା ଉଚିତ। ମାନବ ଜୀବନର ମହତ୍ତ୍ବପୂର୍ଣ୍ଣ ଅଂଶ ହେଉଛି ଭଗବାନଙ୍କୁ ପୂଜା କରିବା।

ଘରର ଅଗଣାରେ ତୁଳସୀ ବୃକ୍ଷର ମହତ୍ତ୍ବ :

ତୁଳସୀ କେବଳ ଏକ ବୃକ୍ଷ ନୁହେଁ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଘରର ଅଗଣାରେ ତୁଳସୀ ବୃକ୍ଷ ଲଗାଇବା ଦ୍ବାରା ଅନେକ ଶୁଭ ଫଳ ମିଳିଥାଏ। ପ୍ରତିଦିନ ତୁଳସୀ ପତ୍ର ସେବନ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ଶରୀରରେ ପ୍ରାକୃତିକ ଆଣ୍ଟି-ବାୟୋଟିକ୍ ବୃଦ୍ଧି କରିଥାଏ। ଏହାସହ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଏହା ଶରୀରର ତାପମାତ୍ରା ନିୟନ୍ତ୍ରଣ କରିଥାଏ।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories