www.samajalive.in
Tuesday, December 9, 2025
16.1 C
Bhubaneswar

ଜୟନାରାୟଣ ହେବେ ବିରୋଧୀଦଳ ନେତା !

ଭୁବନେଶ୍ୱର: ଚଳିତ ବିଧାନସଭା ନିର୍ବାଚନରେ ବିଜେଡ଼ି ତିନି ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ୧୧୨ ଆସନରେ ବିଜୟ ଲାଭ କରିଥିବାବେଳେ ବିଜେପିକୁ ୨୩ଟି ଆସନରେ ସୀମିତ ହେବାକୁ ପଡ଼ିଛି। ଆଉ ଦୁଇଦିନ ପରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ ଗ୍ରହଣ କରିବେ। ଏଥିସହିତ ତାଙ୍କର ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ମଧ୍ୟ ଶପଥପାଠ ଗ୍ରହଣ କରିବେ। ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ କଂଗ୍ରେସ ମାତ୍ର ୯ଟି ଆସନ ପାଇ ବିରୋଧୀଦଳ ପଦ ହରାଇଛି, ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପିକୁ ବିରୋଧୀ ଦଳର ପଦ ମର୍ଯ୍ୟାଦା ମିଳିବ। ତେବେ ଏହି ଆସନରେ କିଏ ବସିବ ତାକୁ ନେଇ ବିଜେପିରେ ଏବେ ମାନସ ମନ୍ଥନ ଆରମ୍ଭ ହୋଇଛି।
ଦଳର ଜନୈକ ବରିଷ୍ଠ ନେତା କହିଛନ୍ତି ଯେ କେନ୍ଦ୍ରରେ ଆସନ୍ତାକାଲି ସଂସଦୀୟ ଦଳ ବୈଠକ ବସିବ। ଏଥିପାଇଁ ଓଡ଼ିଶାର ୮ ସାଂସଦ ନୂଆଦିଲ୍ଲୀ ଗସ୍ତ କରିବେ। ଏହାପରେ ୩୦ରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରିମଣ୍ଡଳ ଶପଥପାଠ ଗ୍ରହଣ କରିପାରନ୍ତି। ଅନୁରୂପ ଭାବେ ରାଜ୍ୟରେ ବିରୋଧୀଦଳ ନେତା ଆସନରେ କିଏ ବସିବ ସେନେଇ ୨୭ କିମ୍ବା ୨୮ରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଉକ୍ତ ବୈଠକରେ ଦଳର ବରିଷ୍ଠ ନେତାଙ୍କୁ ବିରୋଧୀଦଳ ନେତା ଭାବେ ବଛାଯିବ। ବିରୋଧୀଦଳ ନେତା ଦୌଡ଼ରେ ଦଳର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାନସଭା ଆସନରୁ ଜୟଯୁକ୍ତ ହୋଇଥିବା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ନାମ ସର୍ବାଗ୍ରେ ରହିଛି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଦଳିତବର୍ଗର ଟାଣୁଆ ନେତା ତଥା କେନ୍ଦୁଝରର ମୋହନ ମାଝୀଙ୍କ ନାମ ରହିଥିବାବେଳେ ଧାମନଗରର ବିଷ୍ଣଚରଣ ସେଠୀ ମଧ୍ୟ ଏହି ଦୌଡ଼ରେ ଥିବା ଦଳରେ ଚର୍ଚ୍ଚା ହେଉଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories