www.samajalive.in
Tuesday, December 9, 2025
23.1 C
Bhubaneswar

ହସ୍ତରେଖାରୁ ଜାଣନ୍ତୁ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି

ହସ୍ତରେଖା ଅନୁସାରେ, ହାତର ଆକୃତି, ରେଖା ଓ କିଛି ବିଶେଷ ଚିହ୍ନ ଦ୍ବାରା ବ୍ୟକ୍ତିଙ୍କ ସମ୍ବନ୍ଧ​‌ରେ ଅନେକ କଥା ଜଣାପଡିଥାଏ। ସେହି ରେଖା ଦ୍ବାରା ଭବିଷ୍ୟ ବିଷୟରେ ଜଣାପଡିଥାଏ। ସେହି ରେଖା ଓ ବିଶେଷ ଚିହ୍ନରୁ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ବିଷୟରେ ମଧ୍ୟ ଜଣାପଡିଥାଏ। ତେବେ ଆସନ୍ତୁ ଜାଣିବା, ସେହି ସମ୍ବନ୍ଧୀୟ କିଛି ତଥ୍ୟ ବିଷୟରେ ..

ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିରେ ଜୀବନ ରେଖା ସଠିକ୍ ଗୋଲ ହୋଇ ରହିଥାଏ, ମସ୍ତିଷ୍କ ରେଖା ଦୁଇ ଭାଗରେ ଭାଗ ହୋଇ ରହିଥାଏ, ପାପୁଲିରେ ତ୍ରିକୋଣ ଚିହ୍ନ ଥାଏ ଏପରି ତିନୋଟି ଲକ୍ଷଣ ଥିବା ବ୍ୟକ୍ତିଙ୍କ ଜୀବନରେ ଧନଲାଭ ହେବାର ସମ୍ଭାବନା ରହିଛି। ଏପରି ପାପୁଲି ଥିବା ବ୍ୟକ୍ତି ସମୟର ସହ ହଠାତ ଧନ ଲାଭ କରି ଥାଆନ୍ତି।

- Advertisement -

ପାପୁଲିର ଭାଗ୍ୟ ରେଖାର ଶେଷ ସ୍ଥାନରେ ଅର୍ଥାତ ମଣିବନ୍ଧ ନିକଟରୁ ଆରମ୍ଭ ହୋଇ ଶନି ପର୍ବତ ପର୍ଯ୍ୟନ୍ତ ଥିବା ରେଖା ଓ ଭାଗ୍ୟ ରେଖାରେ କୌଣସି ଅଶୁଭ ଚିହ୍ନ ନ ଥିଲେ ସେହି ବ୍ୟକ୍ତି ବ୍ୟବସାୟରେ ସଫଳତା ଶୀଘ୍ର ପାଇଥାଆନ୍ତି। ବ୍ୟବସାୟରେ ସର୍ବଦା ଧନଲାଭ ହେବାର ସୁଯୋଗ ରହିଛି।

ଯଦି କୌଣସି ବ୍ୟକ୍ତିଙ୍କ ପାପୁଲି ଭାରି ଓ ମୋଟା ହୋଇଥାଏ, ଆଙ୍ଗୁଠୀ କୋମଳ ଓ ନରମ ହୋଇଥାଏ ସେମାନେ ଖୁବ୍ ଧନବାନ୍ ଅଟନ୍ତି।

ହାତରେ ଶନି ପର୍ବତ ଅର୍ଥାତ ମଧ୍ୟମା ଆଙ୍ଗୁଠୀ ନିକଟରେ ଦୁଇଟି କିମ୍ବା ଅଧିକ ରେଖା ଥିଲେ ବ୍ୟକ୍ତି ଧନବାନ ହେବା ସହ ସୁଖୀ ହୋଇଥାଆନ୍ତି।

ପାପୁଲିରେ ଶନି ପର୍ବତ ଉଠିବା ପରି ରହିଥାଏ, ଜୀବନର ରେଖା ସଠିକ୍ ଭାବେ ରହିଥିଲେ ସେମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇଥାଆନ୍ତି।

 

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories