www.samajalive.in
Tuesday, December 9, 2025
23.1 C
Bhubaneswar

ଜାଣନ୍ତୁ, କେଉଁ ଦିଗକୁ ମୁହଁ କରି ରୋଷେଇ କରିବା ଦ୍ୱାରା କ’ଣ ହୋଇଥାଏ

ବାସ୍ତୁଦୋଷ ଦ୍ୱାରା ଘରେ ଅନେକ ପ୍ରକାର ଅବନ୍ନତି ହୋଇଥାଏ। ଏହାଦ୍ୱାରା ଘରେ ଟଙ୍କାପଇସାର ଅଭାବ ଦେଖାଯାଏ, ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ, ପରିବାର ସଦସ୍ୟଙ୍କ ଦେହ ମଧ୍ୟ ଖରାପ ହୋଇଥାଏ। ରୋଷେଇ ଘରେ ବାସ୍ତୁଦୋଷ ଥିବାରୁ ଏପରି ଅସୁବିଧା ହୋଇଥାଏ। ବାସ୍ତୁ ଅନୁସାରେ ପ୍ରତ୍ୟେକ ଦିଗରେ ମୁହଁ କରି ରୋଷେଇ କରିବା ଦ୍ୱାରା ଅନେକ କିଛି ଲାଭ ଓ କ୍ଷତି ହୋଇଥାଏ।
ପୂର୍ବ ଦିଗକୁ ମୁହଁ କରି ଖାଦ୍ୟ ତିଆରି :
ପୂର୍ବ ଦିଗକୁ ମୁହଁ କରି ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଭଗବାନ ସେହି ଭୋଜନ ଗ୍ରହଣ କରନ୍ତି ନାହିଁ। ଏହି ଦିଗକୁ ମୁହଁ କରି ଖାଦ୍ୟ ରାନ୍ଧିବା ଦ୍ୱାରା ଖାଦ୍ୟ ଦୂଷିତ ହୋଇଥାଏ। ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ।
ଦକ୍ଷିଣ-ପୂର୍ବ ଦିଗକୁ ମୁହଁ କରି ଖାଦ୍ୟ ତିଆରି :
ଏହି ଦିଗକୁ ମୁହଁ କରି ଖାଦ୍ୟ ତିଆରି କରିବା ଦ୍ୱାରା ଘରେ ସୁଖ ଓ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ସେଠାରେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡିଥାଏ।
ଉତ୍ତର ଦିଗକୁ ମୁହଁ କରି ରୋଷେଇ କରିବା ଦ୍ୱାରା ବ୍ୟବସାୟରେ କ୍ଷତି ହୋଇଥାଏ।
ଦକ୍ଷିଣ-ପଶ୍ଚିମ ଦିଗକୁ ମୁହଁ କରି ରୋଷେଇ କରିବା ଦ୍ୱାରା ଘରେ କଳହ ହୋଇଥାଏ।
ପଶ୍ଚିମ ଦିଗକୁ ମୁହଁ କରି ରୋଷେଇ କରିବା ଦ୍ୱାରା ଦେହ ଖରାପ ହୋଇଥାଏ।
ଦକ୍ଷିଣ ଦିଗକୁ ମୁହଁ କରି ରୋଷେଇ କରିବା ଦ୍ୱାରା ଘରର ମହିଳା ମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ।
ଉତ୍ତର-ପଶ୍ଚିମ ଦିଗକୁ ମୁହଁ କରି ରୋଷେଇ କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ।
ଉତ୍ତର-ପୂର୍ବ ଦିଗକୁ ମୁହଁ କରି ରୋଷେଇ କରିବା ଦ୍ୱାରା ଖର୍ଚ୍ଚ ବଢିଥାଏ। ଓ ପରିବାର ସଦସ୍ୟଙ୍କ ଦେହ ଖରାପ ହୋଇଥାଏ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories