www.samajalive.in
Sunday, December 7, 2025
13.1 C
Bhubaneswar

ଜାଣନ୍ତୁ, ଲେମ୍ବୁ ଖାଇବାର କୁପରିଣାମ ସମ୍ବନ୍ଧରେ ..

ସାଲାଡ ହେଉ କିମ୍ବା ଚାଟ୍‍ ସେଥିରେ ଲେମ୍ବୁ ରସ ଚିପୁଡିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଯାଏ। ଲେମ୍ବୁ ସ୍ୱାଦ ବଢାଇବା ସହ ଖରାଦିନେ ଶରୀରରେ ଅନେକ ଲାଭ ପହଞ୍ଚାଇ ଥାଏ। ଲେମ୍ବୁ ଶରୀର ପାଇଁ ଉପକାରୀ ଅଟେ ଏହା ତ ସମସ୍ତେ ଜାଣିଛନ୍ତି। କିନ୍ତୁ ଲେମ୍ବୁ ଖାଇବା ଦ୍ୱାରା ଶରୀରର କ୍ଷତି ବିଷୟରେ କେହି ଜାଣି ନଥାନ୍ତି। ଆସନ୍ତୁ ଜାଣିବା ଲେମ୍ବୁ ଖାଇବା ଦ୍ୱାରା କି କ୍ଷତି ହୋଇଥାଏ
ଲେମ୍ବୁରେ ସାଇଟ୍ରସ ଏସିଡ ରହିଥାଏ। ଯେକୌଣସି ପାନୀୟରେ ଲେମ୍ବୁ ରସର ଅଧିକ ପାନ କରିବା ଦ୍ୱାରା ଦାନ୍ତ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଷ୍ଟ୍ର ଦ୍ୱାରା ପିଅନ୍ତୁ। ଏହାଦ୍ୱାରା ଦାନ୍ତ ଉପରେ ସିଧା ସଳଖ ପ୍ରଭାବ ପଡିପାରେ ନାହିଁ।
ଯେଉଁ ବ୍ୟକ୍ତିମାନଙ୍କର ଗ୍ୟାସ୍‍ଟିକ୍‍ ହେଉଥିବା ସେମାନେ ଲେମ୍ବୁ ଖାଇବା ଅନୁଚିତ। କାରଣ ଲେମ୍ବୁ ଖାଇବା ଦ୍ୱାରା ଶରୀରରେ ଏସିଡର ମାତ୍ରା ବଢିଯାଏ।
ବେଳେବେଳେ ଫାଷ୍ଟଫୁଡ ଖାଇ ସାରିବା ପରେ ହଜମ ପାଇଁ ଲେମ୍ବୁ ଖାଇବାକୁ ପଡିଥାଏ। କାରଣ ଲେମ୍ବୁରେ ଥିବା ଏସିଡ ହଜମ କରିବାରେ ସାହାଯ୍ୟ କରିଥାଏ। ବେଳେବେଳେ ପେଟ ଖରାପର ମୁଖ୍ୟ କାରଣ ମଧ୍ୟ ଲେମ୍ବୁ ହୋଇଥାଏ। ତେଣୁ ଖାଇବା ପରେ ଲେମ୍ବୁ ନ ଖାଇ ଖାଦ୍ୟ ସହ ମିଶାଇ ଖାଆନ୍ତୁ।
ଲେମ୍ବୁ ପାଣି ପିଇବା ଦ୍ୱାରା ଅଧିକ ପରିସ୍ରା ଲାଗିଥାଏ। ଯାହାଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ଦେଖା ଦେଇଥାଏ। ତେଣୁ ଅଧିକ ଲେମ୍ବୁ ପାଣି ନ ପିଇବା ଉଚିତ। ଏହହାର ଅତ୍ୟଧିକ ବ୍ୟବହାର ଦ୍ୱାରା କିଡ଼ନୀ ସମସ୍ୟା ମଧ୍ୟ ଦେଖା ଦେଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories