www.samajalive.in
Tuesday, December 9, 2025
26.1 C
Bhubaneswar

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାକାଣ୍ଡ; ୨୪ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର ବନ୍ଦ

କଲକାତା: ୨୦୧୯ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ଚରମସୀମାରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ଉପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି। ଏହାସହ ରାଜ୍ୟର ପ୍ରମୁଖ ସଚିବଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଡିଜି ସିଆଇଡି ରାଜୀବ କୁମାରଙ୍କୁ ଗୃହମନ୍ତ୍ରାଳୟ ବଦଳି କରାଯାଇଛି। ବୁଧବାର ଗୃହମନ୍ତ୍ରାଳୟରେ ରିପୋର୍ଟ କରିବାକୁ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଘଟଣାରେ ୩୨୪ ଧାରା ଲାଗିିବା ଏକ ରାଜ୍ୟରେ ପ୍ରଥମ ଘଟଣା।
ପଶ୍ଚିମବଙ୍ଗ ରାଜଧାନୀ କଲକାତାରେ ସମାଜ ସଂସ୍କାରକ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିକୁ ବିଜେପି କର୍ମୀମାନେ ଭାଙ୍ଗି ଦେଇଛନ୍ତି ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ଏହାସହ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି।
ଟିଏମସି ସାଂସଦ ଡେରାକ ଓବ୍ରାୟନ ଏକ ସମ୍ବାଦିକ ସମ୍ମିଳନୀ ଡାକି ଅଭିଯୋଗ କରିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଲକାତା ରୋଡ ଶୋ ପାଇଁ ବାହାରୁ ଗୁଣ୍ଡା ଆଣିଥିଲେ। ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରଦର୍ଶନ କରୁଥିବା କଲକାତା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଉପରକୁ ବିଜେପି କର୍ମୀ ପଥର ମାଡ କରିଥିଲେ। ଏହାର ଭିଡିଓ ଆମ ପାଖରେ ଅଛି ଓ ଏହାକୁ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବୁ ବୋଲି ସେ କହିଛନ୍ତି।
ଅପରପକ୍ଷରେ ବିଜେପି ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରୋଡ ଶୋ’ବେଳେ ଟିଏମସି କର୍ମୀ ଓ ସମର୍ଥକ ପ୍ରଥମେ ବଜେପି କର୍ମୀଙ୍କ ଉପରେ ଢେଲା ପଥର ମାଡ କରଥିଲେ। ସିଆରପିଏଫ୍‍ ଯବାନ ଯୋଗୁଁ ସେଠାରୁ ମୁଁ ଜୀବନ ନେଇ ସୁରକ୍ଷିତ ଫେରିପାରିଛି।

Hot this week

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

Related Articles

Popular Categories