www.samajalive.in
Sunday, December 7, 2025
23.1 C
Bhubaneswar

ମହିଳା ସମର୍ଥକଙ୍କୁ ଭେଟିବା ପାଇଁ ବ୍ୟାରିକେଟ ଡେଇଁଲେ ପ୍ରିୟଙ୍କା

ନୂଆଦିଲ୍ଲୀ : ୧୭ତମ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ସମସ୍ତ ରାଜନୈତିକ ଦଳ ନିଜର ପ୍ରଚାର ଜୋରଦାର ଚଳାଇଛନ୍ତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମାବାର ମଧ୍ୟପ୍ରଦେଶରେ ବିଭିନ୍ନ ନିର୍ବାଚନ ସଭା ସହ ରୋଡ ଶୋ’ କରିଥିଲେ। ଏହି ନିର୍ବାଚନୀ ଯାତ୍ରା ପୂର୍ବରୁ ପ୍ରିୟଙ୍କା ଉଜ୍ଜୟିନିର ମହାକାଳେଶ୍ୱର ମନ୍ଦିର ଦର୍ଶନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ପୂଜା ସମୟରେ ପ୍ରିୟଙ୍କା ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ଉପସ୍ଥିତ ରହିଥିଲେ। ପରେ ମଧ୍ୟପ୍ରଦେଶର ରତଲାମର ଏକ ସଭାରେ ପ୍ରିୟଙ୍କା କିଛି ମହିଳା ସମର୍ଥକଙ୍କୁ ଭେଟିବା ପାଇଁ ୫ଫୁଟ ଉଚ୍ଚ ବ୍ୟାରିକେଟକୁ ଡେଇଁଥିବା ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧୀ ଏକ ନିର୍ବାଚନ ସଭାକୁ ଯାଉଥିବା ସମୟରେ ମଧ୍ୟପ୍ରଦେଶର ରାମଚନ୍ଦ୍ର ଚୌରାହେ ନିକଟରେ କିଛି ଲୋକ ‘ମୋଦୀ ମୋଦୀ…..’ ନାରା ଦେଇଥିଲେ।ଏହି ସମୟରେ ପ୍ରିୟଙ୍କା ନିଜର ଗାଡି ଅଟକାଇ ମୋଦୀ ସମର୍ଥକଙ୍କୁ ଭେଟିଥିଲେ। ପ୍ରିୟଙ୍କା ସେହି ସମର୍ଥକଙ୍କୁ ‘ଆପଣ ଆପଣଙ୍କ ଜାଗାରେ ମୁଁ ମୋ ଜାଗାରେ’ କହି ପଳାଇ ଯାଇଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories