ଆଜମ ଖାନ୍ ବିବାଦୀୟ ମନ୍ତବ୍ୟକୁ ଛୋଟ କଥା କହି ଏଡାଇ ଦେଲେ ଡିମ୍ପଲ ଯାଦବ
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟୀ ନେତା ଆଜମ ଖାନ ବିଜେପି ନେତ୍ରୀ ଜୟା ପ୍ରଦାଙ୍କ ଉପରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବହୁଦିନ ଧରି ବିବାଦ ଲାଗିରହିଛି। ଏହି ମନ୍ତବ୍ୟକୁ ନେଇ ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଛୋଟ କଥା କହି ଏଡାଇ ଦେଇଛନ୍ତି। ଡିମ୍ପଲ ଯାଦବଙ୍କ କହିବା ଅନୁସାରେ ମହିଳାଙ୍କ ବିରୋଧରେ ଟିପ୍ପଣି ଦେବା ଠିକ ନୁହେଁ। କିନ୍ତୁ, ଦୟାଶଙ୍କର ସିଂହ ମାୟାବତିଙ୍କ ଉପରେ ଦେଇଥିବା ଅଶାଳୀନ ମନ୍ତବ୍ୟ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଦିଆଯାଉଥିବା ମନ୍ତବ୍ୟ ଉପରେ ଗଣମାଧ୍ୟମ ଦେଖାଉନଥିବା ସେ ଅଭିଯୋଗ କରିଛନ୍ତି। ପରେ ଏପରି ଛୋଟ ଛୋଟ କଥାରେ ନପଡିବାକୁ ସେ କହିଛନ୍ତି।
ସେହିପରି ଆଜମ ଖାନଙ୍କ ବୟାନକୁ ନେଇ ସମାଜବାଦୀ ପାର୍ଟି କାହାକୁ ସଫାଇ ଦେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ସମାଜବାଦୀ ପାର୍ଟୀ ମହିଳାଙ୍କୁ ଅଧିକ ସମ୍ମାନ ଦେଇଆସୁଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ରବିବାର ରାମପୁର ଲୋକସଭା ନିର୍ବାଚନୀ ମଣ୍ଡଳୀରେ ଏକ ଜନସଭାରେ ଆଜମ ଖାନ ବିଜେପି ପ୍ରାର୍ଥୀ ଜୟା ପ୍ରଦାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ପରେ ନିର୍ବାଚନ ଆୟୋଗ ତାଙ୍କୁ ୭୨ ଘଣ୍ଟା ପାଇଁ ପ୍ରଚାର ପାଇଁ ବାରଣ କରିଛନ୍ତି।
Comments are closed.