ଦୁର୍ଘଟଣାରେ ଶ୍ରମିକ ମୃତ

0

ଧାମରା : ଭଦ୍ରକ ଜିଲ୍ଲା ଧାମରା ବନ୍ଦର କମ୍ପାନୀର ଜଣେ ଶ୍ରମିକଙ୍କ ରବିବାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁନେଇ ଶ୍ରମିକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ମୁତାବକ, ରବିବାର କୋଇଥକୋଲା ପଞ୍ଚାୟତ ବଳଭଦ୍ର ପ୍ରସାଦ ଗ୍ରାମର ଯୋଗେନ ଭୂୟାଁଙ୍କୁ ପୁଅ କାର୍ତ୍ତିକ ଭୁୟାଁ ଓରଫ ବାପି ଭୁୟାଁ(୩୫ ) ଧାମରା ବନ୍ଦର କମ୍ପାନୀ ଅଧିନରେ କାର୍ଯ୍ୟକରୁଥିବା ଏମ.ଏମ.ସି. କମ୍ପାନୀର ହେଲପର ଭାବରେ କାର୍ଯ୍ୟକରୁଥିଲେ। ସେ ରବିବାର ସାଢ଼େ ୮ଟା ବେଳେ କମ୍ପାନୀକୁ ଯାଉଥିବା ବେଳେ ଗେଟ୍ ଠାରୁ ମାତ୍ର ୫୦ ମିଟର ଦୁରରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଦୃତ ଗତିରେ କମ୍ପାନୀ ମଧ୍ୟକୁ ପଳାଇ ଯାଇଥିଲା। କାର୍ତ୍ତିକଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ତାର ଅଣ୍ଟାରେ ଗାଡ଼ି ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପ୍ରଚାର ହେବା ପରେ ଶହଶହ ଶ୍ରମିକ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଉତ୍ତେଜନା ଦେଖାଦେଇଛି।

prayash

ଗତ କିଛି ଦିନ ତଳେ କମ୍ପାନୀର ଜଣେ ଶ୍ରମିକ ଉପରେ କ୍ରେନ ଛିଡ଼ି ଖସିପଡ଼ିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଘଟଣା ମନରୁ ନଲିଭୁଣୁ ପୁଣି ଏକ ଦୁର୍ଘଟଣାରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। କମ୍ପାନୀ ଆମ୍ବୁଲାନ୍ସ ପହଞ୍ଚି ମୃତ ଶ୍ରମିକର ଶବକୁ ଭଦ୍ରକ ଜିଳ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇଯାଉଥିବା ବେଳେ କୋଇଥକୋଲା ଠାରେ ବଳଭଦ୍ର ପ୍ରସାଦ ଗାଁର ଦୁଇ ଶହରୁ ଊର୍ଦ୍ଧ୍ବ ମହିଳା ଆମ୍ବୁଲାନ୍ସକୁ ଅଟକ ରଖିଥିବା ବେଳେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ଧାମରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

Leave A Reply