ଅବସର ନେଲେ ବିଧାନସଭା ସଚିବ ଅମିୟ ଷଡଙ୍ଗୀ
ଭୁବନେଶ୍ୱର : ଓଡ଼ିଶା ବିଧାନସଭା ସଚିବ ଅମିୟ ଷଡଙ୍ଗୀ ରବିବାର ଅବସର ନେଇଛନ୍ତି। ୨୦୧୩ ଏପ୍ରିଲ ୧ରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଅମିୟଙ୍କ କାର୍ଯ୍ୟକାଳ ୪ଥର ବଢିଥିଲା। ୫ମ ଥର ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ସୁପାରିକୁ ନେଇ ରାଜ୍ୟପାଳ ପ୍ରଶ୍ନ ଉଠାଇଥିଲେ। ଅମିୟଙ୍କ ଅବସର ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅମିୟଙ୍କ ସ୍ଥାନରେ ଯୁଗ୍ମ ସଚିବ ଶିଶିରକାନ୍ତ ସ୍ୱାଇଁ ଦ୍ୱାୟିତ୍ୱ ନେବେ ବୋଲି ଜଣାପଡିଛି।