ମାମଲା ପରେ ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା

0

ଭୁବନେଶ୍ବର : ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ଓ ପୁଲିସଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାମରେ ଶନିବାର ମାମଲା ରୁଜୁ ପରେ ତାଙ୍କର ପ୍ରତିକ୍ରିୟା ମିଳିଛି । ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡିଶା ପୁଲିସକୁ ସ୍ବାଗତ କରୁଛି, ମୋତେ ଗିରଫ କରନ୍ତୁ । ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ପୁଲିସ ପ୍ରୟୋଗ କରିବା ନୂଆ କଥା ନୁହେଁ । ନବୀନ ପ୍ରଶାସନ ମୋତେ ଅପରାଧୀ ଚିତ୍ରଣ କଲେ ମୋର ଦୁଃଖ ନାହିଁ । ପରାଜୟ ଭୟରେ ନବୀନ ଏବେ ବିଚଳିତ ଅଛନ୍ତି । ନବୀନଙ୍କ ନାଲିଆଖିକୁ ଡରିବି ନାହିଁ, ଜେଲରେ ଥାଇ ମଧ୍ୟ ନିର୍ବାଚନ ଜିତିବି ବୋଲି ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।

kalyan agarbati
Leave A Reply